fbpx

ଅଲୌକିକ ଶୈବ ପୀଠ ଶ୍ରୀ ଶ୍ରୀ ଚମ୍ପାନାଥ ଦେବ

କଟକ: କଟକ ଜିଲ୍ଲା ରେ ଥିବା ପ୍ରମୁଖ ଶୈବପୀଠ ଗୁଡିକ ମଧ୍ୟ ରୁ ନରସିଂହପୁର ବ୍ଲକ୍ ଚମ୍ପେଶ୍ୱର୍ ଠାରେ ଥିବା ଶ୍ରୀ ଶ୍ରୀ ଚମ୍ପାନାଥ ଦେବଙ୍କ ପୀଠ ହେଉଛି ଏକ ଅଲୌକିକ ଶୈବ ପୀଠ। ଚମ୍ପାନାଥ ଦେବଙ୍କର ମହିମା ଅପାର କୁହାଯାଏ ଅଷ୍ଟମରୁ ନବମ ଶତାବ୍ଦୀ ମଧ୍ୟ ରେ ଭୌମ୍ୟ ବଂଶୀ ରାଜାଙ୍କ ଶାସନ କାଳରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା। ଆହୁରି ମଧ୍ୟ କୁହାଯାଏ ଯେ ଏହି ପୀଠରେ ଅସୁର ରାଜା ବାଣାସୁର ନିଜର ଗଡ ସ୍ଥାପନ କରି ଚମ୍ପାନାଥଙ୍କ ପୂଜାର୍ଚ୍ଚନା କରୁଥିଲା,ପ୍ରଥମେ ଏକ ଚମ୍ପା ଗଛ ମୂଳ ରେ ମହାଦେବ ଏଠାରେ ପୂଜା ପାଉଥିଲେ ଏବଂ ଏହି ସ୍ଥାନ ରେ ବହୁତ ଚମ୍ପା ଗଛ ଥିବାରୁ ପୀଠର ନାମ ଚମ୍ପାନାଥା ଏବଂ ସ୍ଥାନୀୟ ଅଂଚଳର ନାମ ଚଂପେଶ୍ୱର୍ ରଖା ଯାଇଥିଲା। ମନ୍ଦିରର ପ୍ରବେଶ ଦ୍ଵାରର ଠିକ୍ ସାମ୍ନାରେ ସୂର୍ଯ୍ୟନାରାୟଣଙ୍କ ମନ୍ଦିର ରହିଥିବା ବେଳେ ମନ୍ଦିରର ଚାରି ପାଖରେ ଅଷ୍ଟଶମ୍ଭୁଙ୍କ ମନ୍ଦିର ରହିଛି।

ଏହି ପୀଠର ବିଶେଷ୍ୟତ୍ୱ ହେଲା ମହାଦେବଙ୍କ ପାଖରେ ଯିଏ ଯାହା ମନାସିଛି ତାର ମନସ୍କାମନା ନିଶ୍ଚିତ ପୂରଣ ହେଇଛି, ଖାସ୍ କରି ଶ୍ରାବଣ ମାସରେ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ନିଜର ମନସ୍କାମନା ପୂରଣ କରିବା ପାଇଁ ମହାଦେବଙ୍କ ଉପରେ ପାଣି ଢାଳିବା ପାଇଁ ଏହି ଠିକୁ ଆସିଥାନ୍ତି। ମନ୍ଦିରର ଆଉ ଏକ ଆଶ୍ଚର୍ଯ୍ୟ ହେଉଛି ମନ୍ଦିର ପୁଷ୍କରିଣୀରେ ଥିବା ସହ ସହ ବର୍ଷର କଇଁଛ। ବହୁ ଶ୍ରଦ୍ଧା ଭକ୍ତିରେ ଦର୍ଶକ ଓ ଭକ୍ତ ମାନେ ଆସି କଇଁଛ ମାନଙ୍କୁ ପୂଜା କରିବା ସହ ବିଭିନ୍ନ ପ୍ରକାର ର ଖାଦ୍ୟ ଖାଇବାକୁ ଦେଇଥାନ୍ତି।

ଏହି କଇଁଛ ମାନେ ପର୍ଯ୍ୟଟକ ମାନଙ୍କର ମୁଖ୍ୟ ଆକର୍ଷଣ ହୋଇଥିବା ବେଳେ ରକ୍ଷଣା ବେକ୍ଷଣର ଅଭାବ ଲାଗି ଧୀରେ ଧୀରେ ଲୋପ ପାଇଲାଣି ଏହି କଇଁଛ ମାନଙ୍କର ବଂଶ। ଏହାର ସୁରକ୍ଷା ପାଇଁ ବାରମ୍ବାର ସରକାରଙ୍କୁ ନିବେଦନ କରିଛନ୍ତି ଗ୍ରାମବାସୀ ହେଲେ ଆଜି ପର୍ଯ୍ୟନ୍ତ ନିଦ ଭାଙ୍ଗୁନି ସରକାରଙ୍କର। ପୁରାଣରେ ଲିପିବଦ୍ଧ ଏହି ସଂସ୍କୃତିର ପୁନରୁଦ୍ଧାର ପାଇଁ ସରକାର ଦୃଷ୍ଟି ଦିଅନ୍ତୁ ବୋଲି ବିଭିନ୍ନ ମହଲ ରେ ଚର୍ଚ୍ଚା ହେଉଛି।

 

 

Get real time updates directly on you device, subscribe now.