fbpx

ଅନ୍ଧବିଶ୍ୱାସ ନେଲା ୯୦୦ ଜୀବନ, ଜାଣନ୍ତୁ କଣ ଏହା ପଛର ରହସ୍ୟ

ନୂଆଦିଲ୍ଲୀ: ଯଦି ଆପଣ ଭାବୁଛନ୍ତି କେବଳ ଭାରତର ଲୋକମାନେ ଅନ୍ଧବିଶ୍ୱାସ ଭଳି ଜିନିଷର ବଶବର୍ତ୍ତୀ ହେଉଛନ୍ତି । ତାହେଲେ ଆପଣ ଭୁଲ୍ ଭାବୁଛନ୍ତି । ସାଉଥ୍ ଆମେରିକାର ଗୁଆନାରେ ହୋଇଥିବା ସାମୁହିକ ଆତ୍ମହତ୍ୟା ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା । ଯାହାର ଇତିହାସ ଅନ୍ଧବିଶ୍ୱାସ ସହ ଜଡିତ ବୋଲି ପ୍ରକାଶ ପାଇଛି । ଏଥିରେ ସବୁଠାରୁ ଅଧିକ ଲୋକ ଏକାସାଙ୍ଗରେ ପ୍ରାଣ ହରାଇଥିଲା । ଆଉ ଏହା ପଛରେ ରହିଥିଲା ଜଣେ ଧର୍ମଗୁରୁଙ୍କ ହାତ । ସେ ନିଜକୁ ଭଗବାନ ବୋଲି ଦର୍ଶାଉଥିବା ବେଳେ ଏଭଳି କାଣ୍ଡ କରିଥିଲେ । ଚାଲନ୍ତୁ ଜାଣିବା କଣ ଏହି ରୋଚକ ରହସ୍ୟ ।

ସାଉଥ୍ ଆମେରିକାରେ ରହୁଥିବା ଧର୍ମଗୁରୁ ଯାହାର ନାମ ଥିଲା ଜିମ୍ ଜୋନ୍ସ । ସେ ଲୋକମାନଙ୍କ ମଧ୍ୟରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଯାଇ ଏକ ବଡ ଯୋଜନା କରିଥିଲା । ସେ ଲୋକମାନଙ୍କୁ ସାହାଯ୍ୟ କରିବା ନାଁରେ ୧୯୫୬ ମସିହାରେ ପିପୁଲ୍ସ ଟେମ୍ପଲ୍ ନାମକ ଏକ ଚର୍ଚ୍ଚ ତିଆରି କରିଥିଲା । ଆଉ ଅନ୍ଧବିଶ୍ୱାସର ବଶବର୍ତ୍ତୀ କରାଇ ପ୍ରାୟ ହଜାର ପାଖାପାଖି ଲୋକଙ୍କୁ ମୃତ୍ୟୁମୁଖରେ ପକାଇଥିଲା । ଉକ୍ତ ଜିମ୍ ଜୋନ୍ସ କମ୍ୟୁନିଷ୍ଟ ବିଚାରଧାରାର ମଣିଷ ଥିବା ବେଳେ ସେ ଆମେରିକୀ ସରକାରଙ୍କ ଠାରୁ ଅଲଗା ଥିଲା । ସେ ଚାହୁଁଥିଲା ଯେ ତା ନିଜର ଏକ ସାମ୍ରାଜ୍ୟ ବିସ୍ତାର କରିବ । ତେଣୁ ସେ ତାର ଅନୁଗାମୀ ମାନଙ୍କୁ ନେଇ ଏକ ଗାଁ ବସେଇଥିଲା । ହେଲେ କିଛି ଦିନ ଭିତରେ ତାର ଅସଲ ମୁଖା ସଭିଙ୍କ ସାମନାକୁ ଆସିଯାଇଥିଲା ।

ଜିମ୍ ଜୋନ୍ସ ନିଜର ଅନୁଗାମୀ ମାନଙ୍କୁ ଅନେକ କଷ୍ଟ ଯନ୍ତ୍ରଣା ଦେଉଥିଲା ଏବଂ ସେମାନଙ୍କ ଦ୍ୱାରା ଦିନ ତମାମ କାମ କରାଉଥିଲା । ଏପରିକି ସାଧାରଣ ଲୋକଙ୍କୁ ଶୋଇବାକୁ ବି ଫୁରସତ୍ ଦେଉନଥିଲା । ଲୋକମାନଙ୍କୁ ହଇରାଣ କରିବା ପାଇଁ ନିଜ ଭାଷଣ ଆରମ୍ଭ କରି ଦେଉଥିଲା ଆଉ ଯିଏ ଶୋଇବାକୁ ଚେଷ୍ଟା କରୁଥିଲା ସେ ସେମାନଙ୍କ ଉପରେ ଅନେକ ଅତ୍ୟାଚାର କରୁଥିଲା । ତେଣୁ ଲୋକମାନେ ତା ଉପରେ ଅନେକ ପରିମାଣରେ ଅସନ୍ତୁଷ୍ଟ ହୋଇପଡିଥିଲେ । ଆଉ ଏହି କଥାକୁ ଜିମ୍ ଜାଣିବା ପରେ ଦିନେ ଗାଁରେ ପଣା ପ୍ରସ୍ତୁତ କରିଥିଲା । ସେଥିରେ ବିଷ ମିଶେଇଦେଇଥିଲା । ଆଉ ତାକୁ ଲୋକମାନଙ୍କୁ ଜୋରଜବରଦସ୍ତି ପିଇବାକୁ କହିଥିଲା ।

ଆଉ ଏହି ପ୍ରକାରର ଏକ ଖରାପ ଲୋକର ଜାଲରେ ପଡି ସେହି ପଣାକୁ ପିଇ ୯୦୦ ଜଣରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏଥିରେ ୩୦୦ରୁ ଅଧିକ ପିଲା ମଧ୍ୟ ସାମିଲ ଥିଲେ । ଏହି ଘଟଣାକୁ ଆଜି ପର୍ଯ୍ୟନ୍ତର ସବୁଠାରୁ ଗଣହତ୍ୟା ବୋଲି ଧରାଯାଉଛି । ତେବେ କୁହାଯାଉଛି ଲୋକମାନେ ପ୍ରାଣ ହରାଇବାପରେ ସେଠାକାର ଏକ ସ୍ଥାନରେ ଜିମ୍ ଜୋନ୍ସର ମୃତ ଦେହ ମଧ୍ୟ ପଡିଥିବା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.