fbpx

ଲାଞ୍ଚୁଆ ସୁପରଭାଇଜର ଗିରଫ

କେନ୍ଦୁଝର ସଦର ତହସିଲର ରାଜସ୍ଵ ସୁପରଭାଇଜର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଗିରଫ । ଜଣେ ବ୍ୟକ୍ତିଙ୍କ ମିୟୁଟେସନ ମାମଲାର ଫିଲଡ ଭେରିଫିକେସନ କରି ତହସିଲଦାରଙ୍କୁ ରିପୋର୍ଟ ଦେବା ପାଇଁ ନେଉଥିଲେ ଲାଞ୍ଚ । ଯାହାର ଖବର ପାଇ କେନ୍ଦୁଝର ଭିଜିଲାନ୍ସ ସୁପରଭାଇଜର ହୃଦାନନ୍ଦ ସାହୁଙ୍କୁ ଲାଞ୍ଚ ନେଉଥିବା ବେଳେ ଗିରଫ କରିଥିଲା ଭିଜିଲାନ୍ସ ।

ଏନେଇ ଭିଜିଲାନ୍ସ ଇନସ୍ପେକଟର ଦୈତାରି ଘଡ଼େଇ ପ୍ରତିକ୍ରିୟା ରଖି କହିଛନ୍ତି ସୁପରଭାଇଜର ହୃଦାନନ୍ଦ ସାହୁଙ୍କୁ ହରି ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜମି ମାମଲାରୁ ଫିଲଡ ଭେରିଫିକେସନ କରି ତହସିଲ ଅଫିସକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଥିଲା । ଏଥିପାଇଁ ବ୍ୟକ୍ତି ଫେବୃଆରୀ ମାସରୁ ଆରଆଇ ଅଫିସକୁ ଧାଉଁଥିଲେ । କିନ୍ତୁ ସେ ଫିଲ୍ଡ ଭେରିଫିକେସନ କରୁନଥିଲେ କି ରିପୋର୍ଟ ଦେଉନଥିଲେ ଏବଂ ୨୦ ହଜାର ଲାଞ୍ଚ ମାଗିଥିଲେ, ଶେଷରେ ନିରାଶ ହୋଇ ହରି ସାହୁ ଭିଜିଲାନ୍ସରେ ରିପୋର୍ଟ କରିଥିଲେ । ଅଭିଯୋଗ ଅନୁସାରେ ହରି ସାହୁଙ୍କୁ ଦାବି କରିଥିବା ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି ଏବଂ ଅଗାମୀ ତଦନ୍ତ ଚାଲିଥିବା ନେଇ ସୂଚନା ଦେଇଛନ୍ତି  ।

Get real time updates directly on you device, subscribe now.