fbpx

T20 ସିରିଜରେ ଅଲଗା ଅଲଗା ବସିବେ ପାକିସ୍ତାନ ଏବଂ ଆଫଗାନିସ୍ଥାନର ସମର୍ଥକ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ସାଧାରଣତଃ ପାକିସ୍ତାନୀ ଏବଂ ଆଫଗାନିସ୍ଥାନ ଖେଳାଳିଙ୍କ ମଧ୍ୟରେ ମଧୁର ସଂପର୍କ ଦେଖିବାକୁ ମିଳୁଛି । କାରଣ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ପାକିସ୍ତାନ ସୁପର ଲିଗ୍ ଖେଳନ୍ତି । ହେଲେ ଯେତେବେଳେ ଦୁଇ ଦେଶ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ ଆସୁଛି ସେତେବେଳେ ଦୁଇ ଦେଶ ମଧ୍ୟରେ ଜବରଦସ୍ତ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳୁଛି । କିଛିଥର ମଇଦାନରେ ଖେଳାଳିଙ୍କ ମଧ୍ୟରେ ତ କେତେବେଳେ ପାକିସ୍ତାନୀ ଏବଂ ଆଫଗାନିସ୍ଥାନର ଫ୍ୟାନ୍ସଙ୍କ ମଧ୍ୟରେ ମରାମରି ହୋଇଯାଇଛନ୍ତି । ତେଣୁ ଏଥିରୁ ବଞ୍ଚିବା ପାଇଁ ନୂଆ ରାସ୍ତା ପ୍ରସ୍ତୁତ କରାଯାଇଛି ।

ପ୍ରକୃତରେ ୨୫ ମାର୍ଚ୍ଚରେ ଶାରଜାହର ଶାରହାଜ କ୍ରିକେଟ ଷ୍ଟାଡିୟମରେ ପାକିସ୍ତାନ ଏବଂ ଆଫଗାନିସ୍ଥାନ ମଧ୍ୟରେ ୩ ମ୍ୟାଚ୍ ର ଟି-୨୦ ଆଇ ସିରିଜ ଆରମ୍ଭ ହେବାକୁ ଯାଉଛି । ଏହି ସିରିଜରେ ପାକିସ୍ତାନ ଏବଂ ଆଫଗାନିସ୍ଥାନ ଟିମର ଫ୍ୟାନ୍ସଙ୍କ ପାଇଁ କିଛି ଅଲଗା ବ୍ୟବସ୍ଥା କରାଯାଇଛି । ଦୁଇ ଦେଶର ଫ୍ୟାନ୍ସ ଷ୍ଟାଡିୟମରେ ଅଲଗା ଅଲଗା ବସିବେ । ଏହାଦ୍ୱାରା ଏହି ଦୁଇ ଦଳ ମଧ୍ୟରେ ଝଗଡା ଲାଗିବ ନାହିଁ । ଏସିଆ କପ୍ ୨୦୨୨ରେ ଏହି ଦୁଇ ଦେଶର ସମର୍ଥକଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ତେଣୁ ତାକୁ କେନ୍ଦ୍ର କରି ଏପରି ନିଷ୍ପତ୍ତି ନିଆଯାଇଛି ।

ଅନ୍ତରାଷ୍ଟ୍ରୀୟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ହେଉଛି ବୋଲି ମନେହେଉଛି । ଯେଉଁଥିରେ ଦୁଇ ଦେଶର ସମର୍ଥକଙ୍କୁ ଏକାଠି ବସିବାର ଅନୁମତି ମିଳୁନାହିଁ । ଏପରି ନିୟମ ରହିଥିଲେ ମଧ୍ୟ ପାକିସ୍ତାନ ଏବଂ ଆଫଗାନିସ୍ଥାନ ମଧ୍ୟରେ ଟି-୨୦ଆଇ ସିରିଜରେ ଜବରଦସ୍ତ ରୋମାଞ୍ଚ ଦେଖିବାକୁ ମିଳିବ । କାରଣ ପାକିସ୍ତାନ ଟିମର ପ୍ରମୁଖ ଖେଳାଳିଙ୍କୁ ଆରମ ଦିଆଯାଇଛି । ତେଣୁ ଦୁଇ ଟିମ୍ ବାଲାନ୍ସରେ ନଜର ଆସିବେ ।

Get real time updates directly on you device, subscribe now.