fbpx

ସୁପ୍ରିମକୋର୍ଟରେ ପଶିଲା କରୋନା; ୫୦% କର୍ମଚାରୀ କରୋନା ସଂକ୍ରମିତ

ନୁଆଦିଲ୍ଲୀ, ୧୨ା୪ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁପ୍ରିମକୋର୍ଟରେ ମଧ୍ୟ କରୋନା ପ୍ରବେଶ କରିଛି । ସେଠାରେ ପ୍ରାୟ ୫୦ ପ୍ରତିଶତ କର୍ମଚାରୀ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟର ସମସ୍ତ ଶୁଣାଣି ଭିଡିଓ କନଫରେନ୍ସ ମାଧ୍ୟମରେ ହେବ ବୋଲି ବିଚାରପତି ମାନେ ସ୍ଥିର କରିଛନ୍ତି । କୋର୍ଟରୁ ସଂକ୍ରମିତ ଚିହ୍ନଟ ପରେ ସେଠାରେ କାମ କରୁଥିବା ଅନ୍ୟ କର୍ମଚାରୀ ମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ସୁଚନା ଯେ, କୋର୍ଟ ପରିସରକୁ ଭଲ ଭାବରେ ସାନିଟାଇଜ୍ କରାଯାଉଛି । ଆଜି ସେଠାରେ ୧ ଘଣ୍ଟା ବିଳମ୍ବରେ ସମସ୍ତ ଶୁଣାଣି ଆରମ୍ଭ ହେବ ବୋଲି କୋର୍ଟ ପକ୍ଷରୁ ସୁଚନା ଦିଆଯାଇଛି ।

ସୁଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୭୦ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ନୁଆ ରେକର୍ଡ ସୃଷ୍ଟି କରିଛି । ସେହିପରି ମୃତକଙ୍କ ସଂଖ୍ୟା ୯୦୪ ରହିଛି । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୭୦ ହଜାର ୧୭୯ କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.