fbpx

ଦେଶର ସମସ୍ତ ହାଇକୋର୍ଟଙ୍କୁ ସୁପ୍ରିିମକୋର୍ଟଙ୍କ ନିର୍ଦ୍ଦେଶ, ଦାଗୀ ନେତାଙ୍କ ମାମଲା ଶୀଘ୍ର ତୁଟାଅ

ନୂଆଦିଲ୍ଲୀ: ସାଂସଦ ଓ ବିଧାୟକଙ୍କ ବିରୁଦ୍ଧରେ ଦାଖଲ ଅପରାଧିକ ମାମଲାର ତୁରନ୍ତ ସମାଧାନ ଲାଗି ସୁପ୍ରିିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଗୁରୁବାର ସାରା ଦେଶରେ ଥିବା ଉଚ୍ଚ ନ୍ୟାୟାଳୟଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ନେତାଙ୍କ ନାଁରେ ଥିବା ମାମଲାଗୁଡିକର ତ୍ୱରିତ ଫଇସଲା ହୋଇଯିବା ଉଚିତ । ଦାଗୀନେତାଙ୍କ ବିରୁଦ୍ଧରେ ହାଇକୋର୍ଟ ନିଜ ତରଫରୁ ମାମଲା କରିବାକୁ ଓ ଏହାର ମନିଟରିଂ କରିବାକୁ ସୁପ୍ରିିମକୋର୍ଟ କହିଛନ୍ତି । ସେହି ମାମଲାଗୁଡିକୁ ବେଶୀ ପ୍ରାଥମିକତା ଦେବାକୁ କୋର୍ଟ କହିଛନ୍ତି ଯେଉଁଥିରେ ଆଜୀବନ କାରାଦଣ୍ଡ କିମ୍ବା ଫାଶୀର ପ୍ରାବଧାନ ରହିଛି । ସୁପ୍ରିିମକୋର୍ଟ କହିଛନ୍ତି ହାଇକୋର୍ଟ ଏ କ୍ଷେତ୍ରରେ ସ୍ୱତନ୍ତ୍ର ବେଞ୍ଚ ବି ଗଠନ କରିପାରିବେ ।

ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଜୀବନ କାରାଦଣ୍ଡ ଠାରୁ ଫାଶୀ ପର୍ଯ୍ୟନ୍ତ ଦଣ୍ଡ ବ୍ୟବସ୍ଥା ରହିଛି । ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ କହିଛନ୍ତି ଏପରି ମାମଲାରେ ଟାଇମଲାଇନ୍‌କୁ ନେଇ କୌଣସି ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ । ସୁପ୍ରିିମକୋର୍ଟ କହିଛନ୍ତି ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ନିଜ ନିଜ ଅଧିକାର କ୍ଷେତ୍ରରେ ଚାଲୁଥିବା କେସ୍‌୍ ଗୁଡିକର ପୁରା ମନିଟରିଂ କରିବା ସହିତ ଏହି ମାମଲା କିପରି ଠିକ୍ ସମୟରେ ସରିବ ତାହା ସୁନିଶ୍ଚିତ କରନ୍ତୁ । କୋର୍ଟ କହିଛନ୍ତି ଆବଶ୍ୟକ ପଡିଲେ ସ୍ୱତନ୍ତ୍ର ବେଞ୍ଚ ଗଠନ କରି ଏପରି କେସ୍ ଗୁଡିକର ମନିଟରଂ କରିପାରିବେ । ସୁପ୍ରିିମକୋର୍ଟ କହିଛନ୍ତି ଯଦି କୌଣସି ମାମଲାରେ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡର ପ୍ରାବଧାନ ରହିଛି ତେବେ ଏପରି ମାମଲାର ପ୍ରାଥମିକତାର ସହ ଶୁଣାଣୀ କରାଯିବା ଉଚିତ ।

ମୁଖ୍ୟ ବିଚାରପତି କହିଛନ୍ତି ହାଇକୋର୍ଟ ସେହିସବୁ ମାମଲାର ତାଲିକା ପ୍ରସ୍ତୁତ କରିବା ଉଚିତ ଯାହାର ଶୁଣାଣୀ ଅଟକି ଯାଇଛି । କୋର୍ଟ ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କ ଆବେଦନ ଉପରେ ଏପରି ରାୟ ଦେଇଛନ୍ତି । ଏହି ଆବେଦନରେ ଉଲ୍ଲେଖ କରାଯାଇଥିଲା କି କୋର୍ଟ ବର୍ତ୍ତମାନର ଏବଂ ପୂବତର୍ନ ସାଂସଦ ଓ ବିଧାୟକଙ୍କ ବିରୁଦ୍ଧରେ ଚାଲୁଥିବା ମାମଲାର ତ୍ୱରିତ ବିଚାର କରନ୍ତୁ । କୋର୍ଟରେ ଶୁଣାଣୀ ସମୟରେ ଏହା ସାମ୍ନାକୁ ଆସିଥିଲା କି ସାରା ଦେଶରେ ଏବେ ବର୍ତ୍ତମାନ, ପୂର୍ବତନ ସାଂସଦ ଓ ବିଧାୟକଙ୍କ ବିରୁଦ୍ଧରେ ୫,୧୭୫ କେସ୍ ପଡିରହିଛି । ଏଥିମଧ୍ୟରେ ୨୧୧୬ ଏପରି କେସ୍ ରହିଛି ଯାହା ୫ ବର୍ଷରୁ ଅଧିକ ସମୟ ଧରି ଚାଲୁଛି । ଏଥିମଧ୍ୟରୁ ଉତ୍ତରପ୍ରଦେଶରୁ ସବୁଠାରୁ ଅଧିକ କେସ୍ ରହିଛି । ଏହାପରକୁ ୨ୟ ନମ୍ବରରେ ବିହାର ରହିଛି ।

Get real time updates directly on you device, subscribe now.