fbpx

ସୁପ୍ରିମକୋର୍ଟଙ୍କ ରାୟ: ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ପଦରେ ରହିବେ ED ନିର୍ଦ୍ଦେଶକ ସଞ୍ଜୟ ମିଶ୍ର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳକୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହା ସହ କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହା ପରେ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିବା ପଇଁ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ ।
ଏହା ପୂର୍ବରୁ କୋର୍ଟ ତାଙ୍କୁ ଜୁଲାଇ ୩୧ରେ ପଦରୁ ଇସ୍ତପା ଦେବାକୁ କହିଥିଲେ, କିନ୍ତୁ କେନ୍ଦ୍ର ସରକାର ଅନ୍ତର୍ଜାତୀୟ ଏଫଏଟିଏଫ ସମୀକ୍ଷାକୁ ଦର୍ଶାଇ ତାଙ୍କୁ ଅକ୍ଟୋବର୧୫ ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିବାକୁ ଅନୁରୋଧ କରିଥିଲେ ।

କେନ୍ଦ୍ର ସରକାର ଏକ ନୂତନ ଆବେଦନ କରି କହିଛନ୍ତି ଯେ ଆର୍ଥିକ ଅପରାଧ ତଥା ଅର୍ଥ ହେରଫେର ମାମଲା ଉପରେ ନଜର ରଖୁଥିବା ଅନ୍ତର୍ଜାତୀୟ ସଂସ୍ଥା ଏଫଏଟିଏଫ ବର୍ତ୍ତମାନ ଭାରତରେ ଅର୍ଥ ହେରଫେର ମାମଲାର ଯାଞ୍ଚ କରିବାକୁ ଯାଉଛି । ଏଥିପାଇଁ ଏଫଏଟିଏଫ ଦଳ ଏବର୍ଷ ନଭେମ୍ବରରେ ଭାରତ ଗସ୍ତ କରିବେ । ତେବେ ସଞ୍ଜୟ ମିଶ୍ର ୨୦୨୦ରୁ ଏହା ସହ ଜଡିତ ପ୍ରସ୍ତୁତି ଦାୟିତ୍ୱରେ ଅଛନ୍ତି । ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ତାଙ୍କୁ ପଦରୁ ହଟାଇବା ଉଚିତ ନୁହେଁ ।

ତେବେ ସୁପ୍ରିମକୋର୍ଟ ଏହାକୁ ବିଚାର କରି ଅକ୍ଟୋବର ୧୫ ପରିବର୍ତ୍ତେ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ସଞ୍ଜୟ ମିଶ୍ରଙ୍କୁ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦେଇଛନ୍ତି । ଏହା ସହ ଦେଶର ସ୍ୱାର୍ଥ ପାଇଁ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି, କିନ୍ତୁ ଏହା ପରେ କୌଣସି ଆବେଦନର ଶୁଣାଣି ହେବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

Get real time updates directly on you device, subscribe now.