fbpx

କେ. କବିତାଙ୍କୁ ବଡ଼ ଆଶ୍ୱସ୍ତି, ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଭାରତୀୟ ରାଷ୍ଟ୍ର ସମିତି(BRS) ନେତ୍ରୀ କେ. କବିତାଙ୍କୁ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ବିଆର ଗବାଇ ଏବଂ ଜଷ୍ଟିସ କେଭି ବିଶ୍ୱନାଥଙ୍କ ଖଣ୍ଡପୀଠ କେ. କବିତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ସୂଚନାରୁ ପ୍ରକାଶ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପୁତ୍ରୀ   କେ. କବିତାଙ୍କୁ ମନି ଲଣ୍ଡରିଂ ମାମଲାରେପ୍ରଥମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଇଦ୍ରାବାଦରୁ ଗିରଫ କରିଥିଲା । ଏହା ପରେ ସିବିଆଇ ତାଙ୍କୁ ଗିରଫ କରିଥିଲା । କବିତା ୧୦୦ କୋଟି ଟଙ୍କା ଲାଞ୍ଚ୍ ନେଇଥିବା ଇଡି ଦାବି କରିଥିଲା । ଏହି ମାମଲାରେ ସୁପ୍ରିମକୋର୍ଟ କବିତାଙ୍କୁ ଜାମିନ ପ୍ରଦାନ କରିବା ସହ ୧୦-୧୦ ଲକ୍ଷ ଟଙ୍କାର ବଣ୍ଡ୍ ପୁରଣ କରି ନିମ୍ନ ଅଦାଲତରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅପରପକ୍ଷରେ ସୁପ୍ରିମକୋର୍ଟରୁ କେ. କବିତାଙ୍କୁ ଜାମିନ୍ ମିଳିବା ପରେ BRS ପାର୍ଟି ସଦସ୍ୟ କୃଷାଙ୍କ ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ଜେଲରେ ୧୬୪ ଦିନ । କୌଣସି ପ୍ରମାଣ ଉପସ୍ଥାପିତ ହୋଇନାହିଁ । ତାଙ୍କ ବିରୋଧରେ ମିଥ୍ୟା ଆରୋପ ବି ପ୍ରମାଣିତ ହୋଇପାରିଲା ନାହିଁ । ବିଜେପି ହାରିଗଲା, କେ. କବିତା ଜିତିଗଲେ । ସୁୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ।

Get real time updates directly on you device, subscribe now.