fbpx
BJD SKY
BJD SKY

ପାକିସ୍ତାନର ସଂସଦ ଭଙ୍ଗ ହେବା ନିଷ୍ପତ୍ତି ବିରୋଧରେ ଶୁଣାଣି ସ୍ଥଗିତ, ସୁପ୍ରିମକୋର୍ଟ କହିଲେ ଉପ-ବାଚସ୍ପତି ନେଇପାରିବେନି ନିଷ୍ପତ୍ତି

BJD

ପାକିସ୍ତାନ ସଂସଦ ଭଙ୍ଗ ନେଇ ବିରୋଧୀଙ୍କ ଯାଚିକା ଉପରେ ପାକିସ୍ତାନ ସୁପ୍ରିମକୋର୍ଟ ଆସନ୍ତାକାଲି ପାଇଁ ଶୁଣାଣି ସ୍ଥଗିତ କରିଛନ୍ତି । ଏବେ ମଙ୍ଗଳବାର ଦିନ ୧୨ଟାରେ ଏନେଇ ଶୁଣାଣି ହେବ । ସୋମବାର ସୁପ୍ରିମକୋର୍ଟ ପ୍ରାଧାନ ବିଚାରପତି ଶୁଣାଣି କରି କହିଥିଲେ ଯେ ଉପବାଚସ୍ପତିି ଅଧିକାର ଠାରୁ ଅଧିକ କାମ କରିଛନ୍ତି । ସପ୍ରିମକୋର୍ଟ କହିଥିଲେ ଯେ କେବଳ ବାଚସ୍ପତି ହିଁ ସଂସଦ ଭଙ୍ଗ କରିପାରିବେ ଉପବାଚସ୍ପତି ନୁହେଁ ।

ସେହିଭଳି ବିରୋଧୀ ସାଂସଦ ଭଙ୍ଗ ବିରୋଧରେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ପାଇଁ ଫୁଲ ବେଞ୍ଚ ଦାବି କରିଥିଲେ । କିନ୍ତୁ ପୂର୍ଣ୍ଣ ଖଣ୍ଡପୀଠକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିବା ସହ ଏହା ଉପରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି କହିଥିଲେ ଯେ ଫୁଲ ବେଞ୍ଚ ପ୍ରତିଷ୍ଠା କାହିଁକି ଆବଶ୍ୟକ ଏଥିପାଇଁ ସ୍ପଷ୍ଟୀକରଣ ଦେବାକୁ ହେବ । କୋର୍ଟ କହିଥିଲେ ଆଇନଗତ ସମସ୍ୟାକୁ ନେଇ ପୂର୍ଣ୍ଣ ଖଣ୍ଡପୀଠ ଜରୁରୀ ନୁହେଁ, ଯଦି ଆବଶ୍ୟକ ହୁଏ ତେବେ ପୂର୍ଣ୍ଣ ଖଣ୍ଡପୀଠ ତିଆରି ହେବ ।

ପାକିସ୍ତାନ ପିପୁଲ୍ସ ପାର୍ଟୀର ବରିଷ୍ଠ ଓକିଲ ଫାରୁକ ଏଚ ନାଇକ ଅଦାଲତକୁ କହିଥିଲେ ଯେ କେଉଁଭଳି ଭାବରେ ବାଚସ୍ପତି ନାସନାଲ ଆସେମ୍ବଲିର ଧଜ୍ଜିଆ ଉଡ଼ାଇଛନ୍ତି ଏବଂ ଅବିଶ୍ୱାସ ମତଦାନ ପ୍ରକ୍ରିୟାରେ ବିଳମ୍ବ କରିଛନ୍ତି । ଏହାପରେ ଉପବାଚସ୍ପତି ବିରୋଧୀଙ୍କୁ କହିବାକୁ ସୁଯୋଗ ଦେଇନଥିଲେ ଏବଂ ସଂସଦ ରଦ୍ଧ କରିଥିଲେ ।

Get real time updates directly on you device, subscribe now.