fbpx

କୋଲକତା ହତ୍ୟା ମାମଲାର ରାୟ ଶୁଣାଇଲେ ସୁପ୍ରିମକୋର୍ଟ: ୨୨ ତାରିଖ ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ କରିବ CBI, ଗଠନ ହେବ ନ୍ୟାସନାଲ ଟାସ୍କ ଫୋର୍ସ

ନୂଆଦିଲ୍ଲୀ: କୋଲକତା ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସର୍ବୋଚ୍ଚ ଅଦାଲତ ଆଜି ରାୟ ଶୁଣାଇଛନ୍ତି । ଆସନ୍ତା ଗୁରୁବାର ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ନ୍ୟାସନାଲ ଟାସ୍କ ଫୋର୍ସ ଗଠନ କରିବା ନେଇ ସୁପ୍ରିମକୋର୍ଟ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜାରି ରହିଥିବା ବେଳେ ଏହା ମଧ୍ୟରେ ଗତକାଲି ସିବିଆଇ ଆରଜି କର ମେଡିକାଳ କଲେଜର ପୂର୍ବ ପ୍ରିନ୍ସିପାଲ ଡା. ସନ୍ଦୀପ ଘୋଷଣଙ୍କୁ ୧୩ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲା । ଆଜି ତାଙ୍କୁ ପୁଣି ଥରେ ପଚରାଉଚରା କରାଯାଇପାରେ ।

ସେହିପରି ଅଭିଯୁକ୍ତ ସଞ୍ଜୟ ରାୟଙ୍କ ପଲିଗ୍ରାଫ ଟେଷ୍ଟ କରିବା ନେଇ ସିବିଆଇକୁ କୋର୍ଟଙ୍କ ମଞ୍ଜୁରୀ ମିଳିସାରିଛି । ପଲିଗ୍ରାଫ ଟେଷ୍ଟ କରିବା ଫଳରେ ଅଭିଯୁକ୍ତ କେତେ ସତ କହୁଛନ୍ତି ଓ ଆଉ କେତେ ମିଛ କହୁଛନ୍ତି ତାହା ସ୍ପଷ୍ଟ ହୋଇଯିବ । ଯାଞ୍ଚ ଏଜେନ୍ସି ଅଭିଯୁକ୍ତର ମନୋବୈଜ୍ଞାନିକ ଟେଷ୍ଟ ମଧ୍ୟ କରି ସାରିଛି । ସିବିଆଇ ପୂର୍ବ ପ୍ରିନ୍ସିପାଲ ଡା. ଘୋଷଙ୍କର ମଧ୍ୟ ପଲିଗ୍ରାଫ ଟେଷ୍ଟ କରିବାକୁ ଚାହୁଁଛି । ଆଜି ଏହି ମାମଲାରେ ସୁପ୍ରିମକୋର୍ଟ ଶୁଣିବା ସମୟରେ କ୍ରାଇମ ସୀନକୁ ପ୍ରୋଟେକ୍ଟ କ’ଣ ପାଇଁ କରାଯାଇ ନଥିଲା ସେନେଇ ପୋଲିସକୁ ପ୍ରଶ୍ନ କରିଥିଲେ । ଏଥିସହିତ ହଜାର ହଜାର ଲୋକଙ୍କୁ କ’ଣ ପାଇଁ ଆସିବାକୁ ଦିଆଗଲା ଓ ପ୍ରିନ୍ସିପାଲଙ୍କୁ ଅନ୍ୟ କଲେଜକୁ କ’ଣ ପାଇଁ ପଠାଗଲା ସେନେଇ ମଧ୍ୟ କୋର୍ଟ ପ୍ରଶ୍ନ କରିଥିଲେ ।

Get real time updates directly on you device, subscribe now.