fbpx

ଆଗକୁ କିପରି ରହିବ ଦିଲ୍ଲୀର ଅବସ୍ଥା, AQI ରିପୋର୍ଟକୁ ଭିତ୍ତି କରି ନିଆଯିବ ନିଷ୍ପତ୍ତି

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣକୁ ନେଇ ଦିଲ୍ଲୀ ବର୍ତ୍ତମାନ ଦେଶର ଚିନ୍ତା ବଢ଼ାଇ ଦେଇଛି । ବର୍ତ୍ତମାନ ଦିଲ୍ଲୀରେ ଏକ ସପ୍ତାହ ପାଇଁ ସ୍କୁଲ ବନ୍ଦ ଘୋଷଣା କରାଯାଇଥିବା ବେଳେ ଆଗକୁ ଏହା ବଢ଼ିବାର ଆଶଙ୍କା କରାଯାଉଛି । ପୂର୍ବରୁ ସୁପ୍ରିମକୋର୍ଟ ଏହି ମାମଲାର ବିଚାର କରି ସମ୍ଭବତଃ ଦୁଇଦିନ ପାଇଁ ଲକଡାଉନ ଲାଗୁ କରିବାକୁ ପରାମର୍ଶ ଦେଇଥିଲେ । ତେବେ ବାୟୁ ପ୍ରଦୂଷଣକୁ ନେଇ ଆଜି ଅରବିନ୍ଦ କେଜ୍ରିୱାଲ ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ନିଜର ପ୍ରସ୍ତାବ ରଖିବେ । ଅଦାଲତ ଏହା ଉପରେ ବିଚାର କରି ଲକଡାଉନ୍ ଉପରେ ବିଚାର କରିବେ । ତେବେ ଦିଲ୍ଲୀରେ ବର୍ତ୍ତମାନ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ପ୍ରାୟ ୩୮୬ ରହିଥିବା ବେଳେ ଏହି ୭ ଦିନ ମଧ୍ୟରେ ଏହା କିପରି ପରିବର୍ତ୍ତନ ହେଉଛି ତା’ ଉପରେ ଫୋସକ୍ କରାଯିବ । ଯଦି ଏହି ପଦକ୍ଷେପ ପରେ ବି ଏକ୍ୟୁଆଇ ବୃଦ୍ଧି ପାଉଥିବାର ଦେଖାଦେବ, ତେବେ ତ ପରିସ୍ଥିତି ଆହୁରି ଭୟଙ୍କର ହୋଇଯିବ । ବର୍ତ୍ତମାନ ତତକ୍ଷଣାତ କୌଣସି ବିକଳ୍ପ ନଥିବାରୁ ଲକଡାଉନ ହିଁ ଏକମାତ୍ର ଭରସାଯୋଗ୍ୟ ଅପ୍ସନ ବୋଲି ବିଚାର କରାଯାଉଛି ।

ସିଷ୍ଟମ ଅଫ୍ ଏୟାର କ୍ୱାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଇଣ୍ଡେକ୍ସ (SAFAR) ଅନୁଯାୟୀ, ରାଜଧାନୀରେ ଗତ ଶୁକ୍ରବାର ଦିନ ୪୭୧, ଶନିବାର ୪୩୭ ଓ ରବିବାର ୩୩୦ ଏକ୍ୟୁଆଇ ରେକର୍ଡ କରାଯାଇଥିଲା । ତେବେ ଏକ୍ୟୁଆଇ ସ୍ତରରେ ହ୍ରାସ ହେଉଥିବାରୁ ଏହା ଆଶ୍ୱସ୍ତି ଦେବ ବୋଲି ଅନୁମାନ କରାଯାଉଛି । ସେହିପରି ଗାଜିଆବାଦରେ ୩୩୧, ଗୁରୁଗ୍ରାମରେ ୨୮୭, ନୋଏଡ଼ାରେ ୩୨୧, ଫରିଦାବାଦରେ ୨୯୮, ଗ୍ରେଟର ନୋଏଡ଼ାରେ ୩୧୦ ଏକ୍ୟୁଆଇ ରହିଥିଲା । ଏନେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଲ ରାୟ କହିଛନ୍ତି ଯେ, ବାୟୋମାସ୍ ଜଳିବା, ଗାଡ଼ିର ପ୍ରଦୂଷଣ, ଆବର୍ଜନା ପ୍ରଦୂଷଣ କାରଣରୁ ଦିଲ୍ଲୀର ଏଭଳି ସ୍ଥିତି ହୋଇଛି । ଏଥିପାଇଁ ସମସ୍ତ ପ୍ରକାର ରଣନୀତି ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ନଡ଼ା ଜାଳିବା ହିଁ ଅଧିକ ମାତ୍ରାରେ ବାୟୁ ପ୍ରଦୂଷଣ କରୁଛି । ଦିଲ୍ଲୀ ସହ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଏ ଦିଗରେ ପଦକ୍ଷେପ ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.