fbpx
BSKY
BJD YOUTH SKY
BJD MS SKY

କରୋନା ଔଷଧର ବେଆଇନ କ୍ରୟ ଏବଂ ବିତରଣ ମାମଲା: ଗମ୍ଭୀରଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା

ନୂଆଦିଲ୍ଲୀ(ଭାସ୍କର ନ୍ୟୁଜ୍) : କୋଭିଡ୍‌-୧୯ ଔଷଧର ବେଆଇନ କ୍ରୟ ଏବଂ ବିତରଣ କରିବା ମାମଲାରେ ପୂର୍ବତନ କ୍ରିକେଟ୍‌ ଖେଳାଳି ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟରୁ ମଧ୍ୟ ନିସ୍ତାର ମିଳିଲାନାହିଁ । ଗୌତମ ଗମ୍ଭୀରଙ୍କ ଫାଉଣ୍ଡେସନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇବାକୁ ଗମ୍ଭୀର ସର୍ବୋଚ୍ଚ ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ହେଲେ ସୁପ୍ରିମକୋର୍ଟ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇବାକୁ ମନା କରି ଦେଇଛନ୍ତି ।

ବିଚାରପତି ଡି ୱାଇ ଚନ୍ଦ୍ରଚୂଡ ଓ ବିଚାରପତି ଏମଆର ଶାହାଙ୍କ ପୀଠ କହିଛନ୍ତି, ଯେଉଁ ସମୟରେ ଲୋକେ ଔଷଧ ପାଇଁ ଡହଳ ବିକଳ ହେଉଥିଲେ, ଏପଟ ସେପଟ ଘୂରି ବୁଲୁଥିଲେ, ସେହି ସଙ୍କଟ ସମୟରେ ଏକ ଟ୍ରଷ୍ଟ କହୁଛି ଯେ, ଆପଣଙ୍କୁ ଆମେ ଔଷଧ ଦେବୁ । ଏମିତି କଡା ଶବ୍ଦରେ ଭର୍ତ୍ସନା କରି ପୀଠ ଗମ୍ଭୀରଙ୍କ ଟ୍ରଷ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇବାକୁ ମନା କରି ଦେଇଛନ୍ତି । ଏହି ମାମଲାରେ ଆମେ କିଛି କରି ପାରିବୁ ନାହିଁ, କିନ୍ତୁ ଏହା ଉପରେ ନଜର ରଖି ପାରିବୁ ବୋଲି ବିଚାରପତି କହିଛନ୍ତି ।

ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ଆବେଦନକାରୀଙ୍କୁ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇ ସେଠାରେ ଆଶ୍ୱସ୍ତି ପାଇଁ ପ୍ରାର୍ଥନା କରିବା ଉଚିତ୍‌ ।

Get real time updates directly on you device, subscribe now.