fbpx

ମହାରାଷ୍ଟ୍ର ବିଧାନସଭାରୁ ୧୨ ବିଜେପି ବିଧାୟକ ନିଲମ୍ବିତ ମାମଲା, ସୁପ୍ରିମକୋର୍ଟ ରଦ୍ଦ କଲେ ପ୍ରସ୍ତାବ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭାରୁ ନିଲମ୍ବିତ କରାଯାଇଥିବା ବିଜେପି ବିଧାୟକଙ୍କୁ ସୁପ୍ରିମକୋର୍ଟ ଏକ ରିଲିଫ୍ ଦେଇଛନ୍ତି । ୧୨ ବିଧାୟକଙ୍କୁ ଏକ ବର୍ଷ ମଧ୍ୟରେ ନିଲମ୍ବନକୁ ଅଣସାମ୍ବିଧାନିକ ଓ ମନମୁଖି କହି ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ବାଚସ୍ପତିଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ନିଲମ୍ବିତ ହୋଇଥିଲେ ବିଧାୟକ ।

ମହାରାଷ୍ଟ୍ର ବିଧାନସଭା ଦ୍ୱାରା ଜୁଲାଇ ୫, ୨୦୨୧ରେ ପାରିତ ହୋଇଥିବା ପ୍ରସ୍ତାବକୁ ସୁପ୍ରିମକୋର୍ଟ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସଂସଦରେ ଦୁର୍ବ୍ୟବହାର କରିବା ଅଭିଯୋଗରେ ବିଜେପିର ୧୨ ବିଧାୟକଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ନିଲମ୍ବିତ କରିବାକୁ ଏଥିରେ କୁହାଯାଇଥିଲା । ଏହା ସମ୍ପୂର୍ଣ୍ଣ ଅସମ୍ବିଧାନିକ କହିବା ସହ ନିଲମ୍ବନ ଆଦେଶକୁ ରଦ୍ଦ କରିଛନ୍ତି । ବିଚାରପତି ଏଏମ ଖାନବିଲକର ଓ ଦୀନେଶ ମାହେଶ୍ୱରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି । ‘ତୁମେ ମନଇଚ୍ଛା ୧ ବର୍ଷ ପର୍ଯନ୍ତ କିପରି ନିଲମ୍ବିତ କଲ, ସେମାନେ ଲୋକ ପ୍ରତିନିଧି । ତାଙ୍କୁ ନିଲମ୍ବିତ କରିବାର ମାନେ ତୁମେ ନିର୍ବାଚନ କ୍ଷେତ୍ରକୁ ମଧ୍ୟ ଏକପ୍ରକାର ଦଣ୍ଡିତ କଲା । କୌଣସି ନିର୍ବାଚନ କ୍ଷେତ୍ର ୬ ମାସରୁ ଅଧିକ ସମୟ ବିନା ପ୍ରତିନିଧିରେ ରହିପାରିବେ ନାହିଁ । ଏହା ସମ୍ପୂର୍ଣ୍ଣ ଭାବେ ଅସମ୍ବିଧାନିକ ବୋଲି କହିଛନ୍ତି ସୁପ୍ରିମ କୋର୍ଟ ।’

Get real time updates directly on you device, subscribe now.