fbpx

ରେପ୍ ଓ ହତ୍ୟା ମାମଲାରେ ପୀଡିତାଙ୍କ କମ୍ ବୟସ ମୃତ୍ୟୁଦଣ୍ଡ ପାଇଁ ପର୍ଯ୍ୟାପ୍ତ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବଳାତ୍କାର ଓ ହତ୍ୟା ମାମଲାରେ ପୀଡିତାଙ୍କ କମ୍ ବୟସ ହେବା ଯୋଗୁଁ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଶୁଣାଇବାର ଏକମାତ୍ର ପର୍ଯ୍ୟାପ୍ତ ଆଧାର ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହା ସହିତ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ହୋଇଥିବା ଅଭିଯୁକ୍ତକୁ ଫାଶୀ ବଦଳରେ ୩୦ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି କୋର୍ଟ ।

ଜଷ୍ଟିସ ଏଲ ନାଗେଶ୍ୱର ରାୟ, ଜଷ୍ଟିସ ସଞ୍ଜୀବ ଖନ୍ନା ଓ ଜଷ୍ଟିସ୍ ବାଭାଇଙ୍କ ତିନିଜଣିଆ ଖଣ୍ଡପୀଠରେ ବିଗତ ୪୦ ବର୍ଷ ମଧ୍ୟରେ ୬୭ଟି ମାମଲା ଅଧ୍ୟୟନ କରିବାୁ ପରେ ଏହି ରାୟ ଶୁଣାଇଛନ୍ତି । କର୍ଣ୍ଣାଟକର ଏରାପ୍ପା ସିଦ୍ଧପ୍ପାର ଆବେଦନ ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏହି ଟିପ୍ପଣୀ ଦେଇଛନ୍ତି ।

ତେବେ ୨୦୧୦ ମସିହାରେ ଏକ ପାଞ୍ଚ ବର୍ଷର ନାବାଳିକାକୁ ଅପହରଣ, ବଳାତ୍କାର ଓ ପରବର୍ତ୍ତୀ ହତ୍ୟା ମାମଲାରେ ଅଭିଯୁକ୍ତ ସିଦ୍ଧପାକୁ ଏକ ଅଦାଲତରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଯାହା ପରେ ୬ ମାର୍ଚ୍ଚ ୨୦୧୭ରେ କର୍ଣ୍ଣାଟକ ହାଇକୋର୍ଟ ଏଥିରେ ସମର୍ଥନ କରିଥିଲେ । ଏହା ପରେ ସିଦ୍ଧପ୍ପା ସୁପ୍ରିମକୋର୍ଟରେ ମୃତ୍ୟୁଦଣ୍ଡକୁ ଚ୍ୟାଲେଞ୍ଜ କରିଥିଲା ।

ସୁପ୍ରିମକୋର୍ଟ ସିଦ୍ଧପ୍ପାକୁ ଅପହରଣ, ବଳାତ୍କାର, ହତ୍ୟା ଏବଂ ପ୍ରମାଣ ନଷ୍ଟ ଭଳି ଅପରାଧରେ ଦୋଷୀ ସାବ୍ୟସ୍ତ କରିଥିଲେ, କିନ୍ତୁ ମୃତ୍ୟୁଦଣ୍ଡକୁ ପରିବର୍ତ୍ତନ କରିଥିଲେ । ସୁପ୍ରିମକୋର୍ଟ ତାଙ୍କୁ ୩୦ ବର୍ଷ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହ ସର୍ତ୍ତ କରିଛନ୍ତି ଯେ, ସିଦ୍ଧପାକୁ କୌଣସି ବି ପରିସ୍ଥିତିରେ ୩୦ ବର୍ଷ କାରାଦଣ୍ଡ ପୂରଣ ନହେବା ପୂର୍ବରୁ ଜେଲରୁ ମୁକ୍ତ କରାଯିବ ନାହିଁ ।

Get real time updates directly on you device, subscribe now.