fbpx
BSKY SKY
BSKY SKY

ମାଡ୍ରାସ୍ ହାଇକୋର୍ଟର ଟିପ୍ପଣୀକୁ କଡା ମେଡିସିନ୍ ଭାବି ଢ଼ୋକି ଦିଅନ୍ତୁ: ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟର କଡା ତାଗିଦ୍

BSKY

ନୂଆଦିଲ୍ଲୀ, ୦୩ ।୦୫ (ଓଡ଼ିଶା ଭାସ୍କର) : ରାଜନୈତିକ ରାଲିକୁ ଅନୁମତି ଦେବାକୁ ଯାଇ ନିର୍ବାଚନ କମିସନ ଏବେ ବିଭିନ୍ନ ମହଲରେ କଟାକ୍ଷର ଶିକାର ହେଉଛନ୍ତି । ନିକଟରେ ମାଡ୍ରାସ ହାଇକୋର୍ଟ କରୋନା ସମୟରେ ହୋଇଥିବା ନିର୍ବାଚନୀ ରାଲିରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଯୋଗୁଁ ସଂକ୍ରମଣ ବଢ଼ିଥିବା ନେଇ ନିର୍ବାଚନ କମିସନଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ନିର୍ବାଚନ କମିସନଙ୍କ ଉପରେ ଖୁବ୍ ବର୍ଷିଥିଲେ । ସେ କହିଥିଲେ କରୋନାର ଦ୍ୱିତୀୟ ଲହର ପାଇଁ ନିର୍ବାଚନ କମିସନ ଏକକ ଭାବରେ ଦାୟୀ । ଏଥିସହିତ ସେ ତାଙ୍କ ଉପରେ ହତ୍ୟାର ଆରୋପ ମଧ୍ୟ ଲଗାଇଥିଲେ । ତେବେ ସୁପ୍ରିମକୋର୍ଟ ମଧ୍ୟ ଏନେଇ ନିର୍ବାଚନ କମିସନକୁ ଚେତେଇଛନ୍ତି । ସେ କହିଛନ୍ତି ଯେ, ମାଡ୍ରାସ୍ ହାଇକୋର୍ଟର ଟିପ୍ପଣୀ ସବୁକୁ ଠିକ୍ ଭାବରେ ନିଅନ୍ତୁ ଏବଂ କଡା ମେଡିସିନ୍ ପରି ଗ୍ରହଣ କରନ୍ତୁ ।

ଖାଲି ସେତିକି ନୁହେଁ ମାଡ୍ରାସ ହାଇକୋର୍ଟର ହତ୍ୟା ଅଭିଯୋଗକୁ ନେଇ ସୁପ୍ରିମକୋର୍ଟ ଆଜି କହିଛନ୍ତି ଯେ, ଉଚ୍ଚତର ଅଦାଲତ ମାନଙ୍କରେ ହେଉଥିବା ସମସ୍ତ ମୌଖିକ ଟିପ୍ପଣୀ ଏବଂ ଫୈସଲା ସବୁକୁ ମିଡିଆକୁ କଭର୍ କରିବାକୁ ଦିଆଯିବ । ଏହାକୁ କେହି ବି ରୋକି ପାରିବେନି । କାରଣ ମିଡିଆ ହେଉଛି ଗଣତନ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଆଉ ମିଡିଆ କେବେବି ମିଛ ଖବର ଦେଖାଇବେନି । ଯାହା କୋର୍ଟରେ ହୁଏ ତାକୁ ହିଁ ମିଡିଆ ଦେଖାଏ । ସେହିପରି ହତ୍ୟା ଅଭିଯୋଗ ବିଷୟକୁ କେନ୍ଦ୍ର କରି କହିଥିଲେ ଯେ, ହାଇକୋର୍ଟର ସବୁ ଟିପ୍ପଣୀକୁ ଭୁଲ ଅର୍ଥରେ ନ ନେଇ ଠିକ୍ ଭାବେ ନିଅନ୍ତୁ ଏବଂ ତାକୁ କଡା ମେଡିସିନ୍ ଭାବେ ଢ଼ୋକି ଦିଅନ୍ତୁ । ଯାହା ଗୋଟିଏ ଡାକ୍ତର ରୋଗୀଙ୍କୁ ଠିକ୍ ହେବା ପାଇଁ ଦିଏ । ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମକୁ ହାଇକୋର୍ଟକୁ ସ୍ୱାଧୀନ କରିବା ଆବଶ୍ୟକ । ଆପଣ ସାମ୍ବିଧାନିକ ସଂସ୍ଥା ହୋଇଥିଲେ ମଧ୍ୟ ନ୍ୟାୟିକ ସମୀକ୍ଷାରୁ ବାହାରେ ନୁହନ୍ତି ।

ବିଚାରପତି ଡି ୱାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତା ବସିଥିବା ଖଣ୍ଡପୀଠରେ ଏ ସଂକ୍ରାନ୍ତରେ ନିଷ୍ପତି ନେଇ କୁହାଯାଇଛି ଯେ, ମିଡିଆକୁ ଉଚ୍ଚ ନ୍ୟାୟାଳୟରେ ରିପୋର୍ଟଂ କରିବାକୁ ରୋକାଯାଇ ପାରିବ ନାହିଁ । ସେଠାରେ ହେଉଥିବା ସମସ୍ତ ପ୍ରକାର ମୌଖିକ ଟିପ୍ପଣୀକୁ ମିଡିଆକୁ କଭର୍ କରିବାକୁ ଅନୁମତି ଦିଆଯିବ । କାରଣ ଗଣତନ୍ତ୍ରରେ ମିଡିଆ ହେଉଛି ଏକ ଶକ୍ତିଶାଳୀ ପ୍ରହରୀ । ତେଣୁ ଉଚ୍ଚ ନ୍ୟାୟାଳୟରେ ପ୍ରତି କ୍ଷଣରେ କଣ କଣ ନିଷ୍ପତି ନିଆଯାଉଛି ସେ ସବୁକୁ ରିପୋର୍ଟିଂ କରିବାକୁ ମିଡିଆକୁ ଅନୁମତି ମିଳିବ । ଏହାକୁ କେହି ରୋକିପାରିବେ ନାହିଁ ବୋଲି ନିର୍ବାଚନ କମିସନଙ୍କୁ କହିଛନ୍ତି । ତେଣୁ ନିର୍ବାଚନ କମିସନଙ୍କ ପକ୍ଷରୁ ହୋଇଥିବା ଆବେଦନ ଯେଉଁଥିରେ ଦର୍ଶାଯାଇଥିଲା ଯେ ମିଡିଆକୁ ଓରାଲ୍ ଅବଜରଭେସନ୍ ର ରିପୋର୍ଟକୁ କରିବାକୁ ରୋକାଯାଉ । ଏହି ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ସେ କହିଛନ୍ତି ଏହି ଆବେଦନ ଠିକ୍ ନୁହେଁ, ତେଣୁ ଏଥିପାଇଁ ଅନୁମତି ଦିଆଯିବ ନାହିଁ ।

Get real time updates directly on you device, subscribe now.