fbpx

ଭୟଙ୍କର ଦୁର୍ଘଟଣା: ଜାହାଜକୁ ଧକ୍କା ଦେଲା ଡଙ୍ଗା, ୨୬ ଜଣଙ୍କ ମୃତ୍ୟୁ

ଢାକା, ୩ା୫: ବାଂଲାଦେଶରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏକ ସ୍ପିଡ୍ ଡଙ୍ଗା ଏକ ଜାହାଜକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨୬ ଜଣଙ୍କ ପ୍ରାଣହାନୀ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଲୋକ ନିଖୋଜ ରହିଛନ୍ତି । ଘଟଣାଟି ଆଜି ସକାଳୁ ବାଙ୍ଗଲାବାଜାର ଫେରିହାଟ ନିକଟରେ ଘଟିଥିଲା । ଡଙ୍ଗାଟି ଓଭରଲୋଡିଂ ହେବା ସହ ଜଣେ ଅନଭିଜ୍ଞ ନାବାଳକ ଏହାକୁ ଚଳାଉଥିଲେ । ଏହି କାରଣ ହିଁ ଏହି ଭୟଙ୍କର ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨୬ ଜଣଙ୍କ ମୃତଦେହକୁ ଉଦ୍ଧାର କରିବା ସହ ୫ ଜଣଙ୍କୁ ବଞ୍ଚାଇବାରେ ସକ୍ଷମ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ନିଖୋଜଙ୍କ ସନ୍ଧାନ ନିମନ୍ତେ ପ୍ରୟାସ ଜାରି ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.