fbpx

ଟ୍ରାକ୍ଟର ରାଲି: ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟଙ୍କ ନା’

ନୂଆଦିଲ୍ଲୀ,୨୦ ।୧: କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୫୪ ଦିନରେ ପହଞ୍ଚିଥିଲେ ମଧ୍ୟ କିଛି ସମାଧାନ ହୋଇପାରୁନି । ପୂର୍ବରୁ କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ କୌଣସି ଫଳାଫଳ ବାହାରି ପାରିନଥିଲା । ଏହାରି ମଧ୍ୟରେ ସୁପ୍ରିମକୋର୍ଟ ପୁଣିଥରେ କୃଷକଙ୍କ ଟ୍ରାକ୍ଟର ରାଲିରେ ହସ୍ତକ୍ଷେପ କରିବା ପାଇଁ ମନା କରିଛନ୍ତି । ବୁଧବାର ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି କହିଛନ୍ତି ଯେ, ମାମଲା ପୋଲିସ ହାତରେ ଅଛି । ଦିଲ୍ଲୀ ପୋଲିସ ଏନେଇ ନିର୍ଦ୍ଦେଶାନାମା ଜାରି କରିପାରିବ । ନିର୍ଦ୍ଦେଶାନାମା ଜାରି କରିବାର ଅଧିକାର ପୋଲିସ ନିକଟରେ ଅଛି ।’

ତେବେ ଚାଷୀଙ୍କର ଏହି ଆନ୍ଦୋଳନ ଫଳରେ ସାଧାରଣତନ୍ତ୍ର ଦିବସ ପାଳନ ନେଇ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ଚାଷୀ ସଙ୍ଗଠନ ସାଧାରଣତନ୍ତ୍ର ଦିବସରେ ପରେଡ କରିବାକୁ ନିଷ୍ପତ୍ତି ନେଇଛି । କୃଷି ଆଇନ ପ୍ରତ୍ୟାହାର ନ ହେଲେ ଘରକୁ ଯିବାର ପ୍ରଶ୍ନ ଉଠୁନି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.