fbpx

ଭୁବନେଶ୍ୱରରେ ନକଲି ସସ୍ କାରଖାନା ଠାବ

ଭୁବନେଶ୍ୱର,୨୦ ।୧(ଓଡିଶା ଭାସ୍କର): ରାଜ୍ୟରେ ସବୁକିଛି ଭେଜାଲ ବେପାର ଚାଲିଛି । ଗତକିଛି ଦିନ ମଧ୍ୟରେ ନକଲି ଜର୍ଦ୍ଦାଠାରୁ ଆରମ୍ଭ କରି ନକଲି ପନିର ଜବତ ହୋଇଥିବା ବେଳେ ଆଜି ଏକ ନକଲି ସସ୍ ଓ ଆଚାର କାରଖାନା ଉପରେ ଚଡାଉ ହୋଇଛି । ନକଲି କାରଖାନାରୁ ବିପୁଳ ପରିମାଣର ସସ୍ ଓ ଆଚାର ଜବତ ହୋଇଛି । ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ପାହାଳ ଫାଣ୍ଡି ନିକଟ ଏକ କାରଖାନାରେ ଚଢାଉ ହୋଇଛି । ସ୍ପେଶାଲ ସ୍କ୍ୱାର୍ଡ ପୋଲିସ ଓ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ମିଳିତ ଉଦମ୍ୟରେ ଚଢାଉ ହୋଇଛି ।

Get real time updates directly on you device, subscribe now.