fbpx
BJD SKY
BJD SKY

ଶ୍ରୀଲଙ୍କା ବିପକ୍ଷରେ ସୂର୍ଯ୍ୟକୁମାରଙ୍କ ଝଡ଼, ଟି -୨୦ରେ ହାସଲ କଲେ ତୃତୀୟ ଶତକ

BJD

ରାଜକୋଟ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତୃତୀୟ ଟି -୨୦ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ଝଡ ଦେଖିବାକୁ ମିଳିଛି। ସୂର୍ଯ୍ୟକୁମାର ଚମତ୍କାର ବ୍ୟାଟିଂ କରି ମାତ୍ର ୪୫ଟି ବଲରେ ତାଙ୍କ ଶତକ ପୂରଣ କରିଛନ୍ତି । ଯେଉଁଥିରେ ତାଙ୍କର ୮ଟି ଛକା ଏବଂ ୭ଟି ଚୌକା ସାମିଲ ରହିଛି । ଟି -୨୦ ଇଣ୍ଟରନ୍ୟାସନାଲରେ ଏହା ସୂର୍ଯ୍ୟକୁମାର ଯାଦବଙ୍କର ତୃତୀୟ ଶତକ । ସୂର୍ଯ୍ୟକୁମାର ଶେଷ ପର୍ଯ୍ୟନ୍ତ କ୍ରଜ୍‌ରେ ଜମି ରହି ୫୧ ବଲ୍ ଖେଳି ୧୧୨ ରନ୍ ସଂଗ୍ରହ କରିଛନ୍ତି ।

ସୂର୍ଯ୍ୟକୁମାରଙ୍କ ଏହି ଶତକ ବଳରେ ଭାରତ ଭ୍ରମଣକାରୀ ଶ୍ରୀଲଙ୍କାକୁ ୨୨୯ ରନ୍ ଟାର୍ଗେଟ୍ ଦେଇଛି । ଏହି ମ୍ୟାଚ୍‌ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ।

Get real time updates directly on you device, subscribe now.