୨୦୨୫ ମସିହାର ପ୍ରଥମ ସୂର୍ଯ୍ୟପରାଗ କେବେ ? ଜାଣନ୍ତୁ ଏହାର ସୂତକ ସମୟ

ବର୍ଷର ପ୍ରଥମ ସୂର୍ଯ୍ୟପରାଗ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟପରାଗ ଆଂଶିକ ହେବ

ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗର ସମୟକୁ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଅଶୁଭ ବୋଲି ବିବେଚନା କରାଯାଏ। ଏହି ସମୟ ମଧ୍ୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ ଏବଂ ଅନେକ ନିୟମ ପାଳନ କରିବାକୁ ପଡ଼ିଥାଏ। ସୂର୍ଯ୍ୟପରାଗ ସମୟରେ ମନ୍ଦିରର ଦ୍ୱାର ମଧ୍ୟ ବନ୍ଦ କରାଯାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟପରାଗ ଆଂଶିକ ହେବ। ଏହାର ଅର୍ଥ ହେଉଛି ଚନ୍ଦ୍ର ସୂର୍ଯ୍ୟର କେବଳ ଏକ ଅଂଶକୁ ଘୋଡ଼ାଇ ରଖିପାରିବ। ଏପରି ପରିସ୍ଥିତିରେ ଜାଣନ୍ତୁ ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ କେବେ ହେବ? ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେବ କି ନାହିଁ? ଏହା ସହିତ ଏହାର ସୂତକ ସମୟ।

ଜ୍ୟୋତିଷମାନଙ୍କ ଅନୁସାରେ ୨୦୨୫ ମସିହାର ପ୍ରଥମ ସୂର୍ଯ୍ୟପରାଗ ୨୯ ମାର୍ଚ୍ଚରେ ହେବ। କ୍ୟାଲେଣ୍ଡର ଅନୁସାରେ ଏହି ଦିନଟି ଚୈତ୍ର ଶୁକ୍ଳ ପକ୍ଷର ଅମାବାସ୍ୟା ତିଥି। ଏହା ଏକ ଆଂଶିକ ସୂର୍ଯ୍ୟପରାଗ ହେବ। ଯାହାର ଅର୍ଥ ହେଉଛି ସମ୍ପୂର୍ଣ୍ଣ ସୂର୍ଯ୍ୟ ଚନ୍ଦ୍ର ଦ୍ୱାରା ଆଚ୍ଛାଦିତ ହେବ ନାହିଁ। ଏହି ସୂର୍ଯ୍ୟପରାଗ ୟୁରୋପ, ଆଫ୍ରିକା, ଏସିଆ, ଉତ୍ତର ଏବଂ ଦକ୍ଷିଣ ଆମେରିକା, ଆଟଲାଣ୍ଟିକ୍ ଏବଂ ଆର୍କଟିକ୍ ମହାସାଗରର କିଛି ଅଂଶରେ ଦୃଶ୍ୟମାନ ହେବ। ଯଦିଓ ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହି ସୂର୍ଯ୍ୟପରାଗ ଅପରାହ୍ନ ୨:୨୦ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬:୧୩ ରେ ଶେଷ ହେବ।

ସୂର୍ଯ୍ୟପରାଗର ସୂତକ ସମୟ

ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ସମୟରେ ସୂତକ ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ। ସୂତକ କାଳ ହେଉଛି ସେହି ସମୟ ଯେତେବେଳେ ଗ୍ରହଣର ପ୍ରଭାବ ବୃଦ୍ଧି ପାଏ। ଚନ୍ଦ୍ରଗ୍ରହଣର ସୂତକ ସମୟ ଗ୍ରହଣର 9 ଘଣ୍ଟା ପୂର୍ବରୁ ଆରମ୍ଭ ହୁଏ। ଯେତେବେଳେ କି ସୂର୍ଯ୍ୟପରାଗର ସୂତକ ସମୟ ଗ୍ରହଣର ୧୨ ଘଣ୍ଟା ପୂର୍ବରୁ ଆରମ୍ଭ ହୁଏ। ଏହି ସମୟରେ ନକାରାତ୍ମକ ପ୍ରଭାବରୁ ରକ୍ଷା ପାଇବା ପାଇଁ ଆମେ ଘରେ ପାଣି ପାତ୍ରରେ ତୁଳସୀ ପତ୍ର, କ୍ଷୀର ଏବଂ ଦହି ରଖିବା ଉଚିତ। ଏହା ବ୍ୟତୀତ ଏହି ସମୟରେ ଖାଇବା ପିଇବାରୁ ମଧ୍ୟ ଦୂରେଇ ରହିବା ଉଚିତ୍। କାରଣ ଗ୍ରହଣ ସମୟରେ ପରିବେଶରେ ନକାରାତ୍ମକ ଶକ୍ତିର ପ୍ରଭାବ ରହିଥାଏ।

ସୂର୍ଯ୍ୟପରାଗ କାହିଁକି ହୁଏ?

ଯେତେବେଳେ ଚନ୍ଦ୍ର ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଆସି ସୂର୍ଯ୍ୟକିରଣକୁ ପୃଥିବୀରେ ପହଞ୍ଚିବାକୁ ବାଧା ଦିଏ। ସେତେବେଳେ ସୂର୍ଯ୍ୟପରାଗ ହୁଏ। ଏହି ପରିସ୍ଥିତିକୁ ସୂର୍ଯ୍ୟପରାଗ କୁହାଯାଏ। ଏହି ସୂର୍ଯ୍ୟପରାଗ ତିନି ପ୍ରକାରର – ଆଂଶିକ, ବଳାୟକାର ଏବଂ ପୂର୍ଣ୍ଣ। ଯେତେବେଳେ ଭାରତରେ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ହୁଏ ସେତେବେଳେ ସୂତକ ସମୟର ନିୟମ ଲାଗୁ ହୁଏ ଏବଂ ଅନେକ ଜିନିଷର ସେବନ ମଧ୍ୟ ନିଷେଧ ହୋଇଯାଏ।