fbpx

ସୂର୍ଯ୍ୟକୁମାରଙ୍କୁ ମିଳିବ ନେତୃତ୍ୱ! IPL-2025ରେ ଏହି ଦଳ ସହିତ ସାମିଲ ହେବେ ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ: ଖୁବଶୀଘ୍ର ଆଇପିଏଲ-୨୦୨୫ ପାଇଁ ମେଗା ଅକ୍ସନ ନେଇ ବଡ଼ ଗୋଷଣା ହୋଇପାରେ । ଏହି ମେଗା ଅକ୍ସନରେ ଅନେକ ଖେଳାଳିଙ୍କୁ ଦଳ ପରିବର୍ତ୍ତନ କରିବାକୁ ପଡ଼ିପାରେ । ଅନେକ ବଡ଼ ବଡ଼ ଖେଳାଳିଙ୍କୁ ରିଲିଜ କରିପାରନ୍ତି ବିଭିନ୍ନ ଫ୍ରଞ୍ଚାଇଜି । ତେବେ ୟା ଭିତରେ ସବୁଠୁ ଚର୍ଚ୍ଚାରେ ରହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟର ତଥା ଟିମ ଇଣ୍ଡିଆର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ଆଇପିଏଲ-୨୦୨୫ରେ ସୂର୍ଯ୍ୟକୁମାର ମୁମ୍ବାଇରୁ ବିଦାୟ ନେଇ ଅନ୍ୟ ଏକ ଦଳରେ ସାମିଲ ହୋଇପାରନ୍ତି । ତେବେ ଏହି ଦଳ ପାଇଁ ସୂର୍ଯ୍ୟକୁମାର ଅଧିନାୟକ ଦାୟିତ୍ୱରେ ରହିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

୨୦୧୮ ମସିହାରୁ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସ ସହ ସାମିଲ ହୋଇଛନ୍ତି । ତେବେ ଆଇପିଏଲ-୨୦୨୫ ପୂର୍ବରୁ କୋଲକାତା ନାଇଟ ରାଇଡର୍ସ ସୂର୍ଯ୍ୟକୁମାରଙ୍କୁ ଦଳରେ ସାମିଲ କରିବା ସହ ଅଧିନାୟକ ପଦରେ ନିୟୋଜିତ କରାଇବା ପାଇଁ ଅଫର୍ ଦେଇଥିବା ଚର୍ଚ୍ଚା ହେଉଛି । ୨୦୨୪ରେ କୋଲକାତାକୁ ଚମ୍ପିଆନ୍ କରାଇଥିବା ଅଧିନାୟକ ଶ୍ରେୟସ ଆୟରଙ୍କୁ ଦଳରୁ ହଟାଇ ସୂର୍ଯ୍ୟକୁମାରଙ୍କୁ ସାମିଲ କରିପାରେ ବୋଲି କୁହାଯାଉଛି । ଆଇପିଏଲର ଟ୍ରେଡ୍ ନିୟମ ଅନୁସାରେ କୋଲକାତା ସୂର୍ଯ୍ୟକୁମାରଙ୍କୁ ଦଳରେ ସାମିଲ କରପାରେ । ତେବେ ଏ ନେଇ ଖୁବ ଚର୍ଚ୍ଚା ଆରମ୍ଭ ହୋଇଛି ।

କିନ୍ତୁ ଆଇପିଏଲ ନିୟମ ଅନୁସାରେ, ଆସନ୍ତା ସିଜନରେ ମେଗା ଅକ୍ସନ ହେବାକୁ ଯାଉଛି । ତେଣୁ ଏହାପୂର୍ବରୁ କୌଣସି ଟ୍ରେଡିଂ ୱିଣ୍ଡୋ ସୁବିଧା ଉପଲବ୍ଧ ନାହିଁ । ଅର୍ଥାତ୍ ମେଗା ଅକ୍ସନ ପୂର୍ବରୁ କୋଲକାତା ସୂର୍ଯ୍ୟକୁମାରଙ୍କୁ ସାଇନ୍ କରାଇପାରିବ ନାହିଁ । ତେବେ ଆଇପିଏଲ-୨୦୨୬ ପୂର୍ବରୁ ପୁଣିଥରେ ଟ୍ରେଡିଂ ୱିଣ୍ଡୋ ଉପଲବ୍ଧ ରହିବ । କିନ୍ତୁ ଯଦି ଆଇପିଏଲ-୨୦୨୫ମେଗା ଅକ୍ସନ ପୂର୍ବରୁ ମୁମ୍ବାଇ ସୂର୍ଯ୍ୟକୁମାରଙ୍କୁ ରିଲିଜ୍ କରେ, ତେବେ କୋଲକାତା ତାଙ୍କୁ ଦଳରେ ସାମିଲ କରିବାକୁ ସୁଯୋଗ ପାଇପାରେ । କିନ୍ତୁ ମୁମ୍ବାଇ ସୂର୍ଯ୍ୟକୁମାରଙ୍କ ଭଳି ଖେଳାଳିଙ୍କୁ ଦଳରୁ ଛାଡ଼ିବା ପାଇଁ ନିଷ୍ପତ୍ତି ନେବା କଷ୍ଟକର ।

Get real time updates directly on you device, subscribe now.