fbpx

ମୁମ୍ବାଇକୁ ବଡ଼ ଝଟକା, ଚଳିତ ସିଜନ୍ ରୁ ସମ୍ପର୍ଣ୍ଣ ବାଦ୍ ପଡ଼ିଲେ ଏହି ତାରକା ବ୍ୟାଟ୍ସମ୍ୟାନ୍

ମୁମ୍ବାଇ: ମୁମ୍ବାଇର ତାରକା ବ୍ୟାଟ୍ସମ୍ୟାନ୍ ସୁର୍ଯ୍ୟକୁମାର ଯାଦବ ଇଞ୍ଜୁରୀ କାରଣରୁ ଚଳିତ ଅଇପିଏଲ ସିଜରୁ ସମ୍ପୁର୍ଣ୍ଣ ବାଦ୍ ପଡ଼ିଛନ୍ତି । ଗୁଜରାଟ ବିପକ୍ଷ ମ୍ୟାଚ୍ ସମୟରେ ବାମ ମୁଣ୍ଡର ମାଂସପେଶୀରେ ଆଘାତ ପାଇଥିଲେ । ବିସିସିଆଇର ମେଡିକାଲ ଟିମ୍ ର ଦିଆଯାଇଛି ବୋଲି ମୁମ୍ବାଇ ପକ୍ଷରୁ କୁହାଯାଇଛି ।

ଚଳିତ ସିଜନରେ ସୁର୍ଯ୍ୟକୁମାର ୮ ମ୍ୟାଚ୍ ଖେଳି ୪୩.୨୯ ହାରରେ ୩୦୩ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ତିନୋଟି ଅର୍ଦ୍ଧଶତକ ସାମିଲ ରହିଛି । ସେ ମୁମ୍ବାଇର ପ୍ରଥମ ତିନି ମ୍ୟାଚ୍ ରେ ମଧ୍ୟ ସେ ଅନୁପସ୍ଥିତ ରହିଥିଲେ । ଫେବୃଆରୀରେ ହେୟାର ଲାଇନ୍ ଫ୍ରାକଚର କାରଣରୁ ବିଶ୍ରାମରେ ରହିଥିଲେ ।

ସୁର୍ଯ୍ୟକୁମାରଙ୍କ ଟିମ୍ ମୁମ୍ବାଇ ଚଳିତ ସିଜନରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି । ଦଳ ୧୦ମ୍ୟାଚ୍ ରୁ ୨ଟି ବିଜୟ ସହ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହି ପ୍ଲେ ଅଫରୁ ବାଦ୍ ପଡ଼ି ସାରିଛି । ଦଳ ଲଗାତାର ପ୍ରଥମ ୮ ମ୍ୟାଚ୍ ରେ ପରାଜୟ ବରଣ କରିଥିଲା ।

Get real time updates directly on you device, subscribe now.