ରାଜନୀତିର ଶିକାର ହୋଇଥିଲେ ସୁଶାନ୍ତ: ବଲିଉଡରେ ଟପ୍ ପୋଜିସନ ପାଇଁ ବଡ଼ଧରଣର ଚକ୍ରାନ୍ତ ଚାଲିଛି, ମାୟା ନଗରୀର ରହସ୍ୟ ଖୋଲିଲେ ମନୋଜ

ନୂଆଦିଲ୍ଲୀ: ଗତ ୨୦୨୦ ମସିହା ଜୁନ ମାସ ୧୪ ତାରିଖରେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୂତଙ୍କ ମୃତଦେହ ତାଙ୍କର ମୁମ୍ବାଇ ସ୍ଥିତ ବାସଭବନରୁ ଉଦ୍ଧାର କରାଯାଇଥିଲା । ସୁଶାନ୍ତଙ୍କ ମୃତ୍ୟୁକୁ ପ୍ରଥମେ ଆତ୍ମହତ୍ୟା ବୋଲି କୁହାଯାଉଥିଲେ ହେଁ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ପରେ ବହୁ ଅଭିନେତା, ରାଜନେତା ତଥା ବିଶିଷ୍ଟ ବ୍ୟକ୍ତିବିଶେଷ ଦାବି କିରଥିଲେ । ତେବେ ପ୍ରଥମେ ମୁମ୍ବାଇ ପୋଲିସ ଓ ପରେ ସିବିଆଇ ଏହି ମାମଲାର ଯାଞ୍ଚ କରିଥିଲେ । ଏହି ମାମଲାରୁ ବଲିଉଡର କିଛି ତାରକାଙ୍କ ଡ୍ରଗସ ଲିଙ୍କ ରହସ୍ୟ ମଧ୍ୟ ସାମ୍ନାକୁ ଆସିଥିଲା ।

ତେବେ ବଲିଉଡ ଅଭିନେତା ମନୋଜ ବାଜପେୟୀ ସୁଶାନ୍ତଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମନୋଜ କହିଛନ୍ତି, ଜଣେ ଆଉଟ୍ ସାଇଡର ଭାବେ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରାଇବା ବହୁତ କଷ୍ଟକର କାମ । ମୁଁ ପରିବାରବାଦର ଶିକାର ହୋଇନାହିଁ, କାରଣ ମୁଁ ଯେଉଁ ଭୂମିକା କରୁଛି ତାହା ଷ୍ଟାରମାନେ କରନ୍ତି ନାହିଁ । ଯଦି ଜଣଙ୍କୁ ସିନେମାରେ କାମ ମିଳୁନାହିଁ ତେବେ ସେ ଥିଏଟରରେ କାମ କରିପାରିବେ । ମାତ୍ର ସବୁବେଳେ ନେପୋଟିଜିମ୍ କହି ଚିତ୍କାର କରିବା ଠିକ୍ ନୁହେଁ ।

ସୁଶାନ୍ତ ଅନେକ ସମସ୍ୟାକୁ ନେଇ ମାନସିକ ଭାବେ ଚିନ୍ତିତ ରହିଥିଲେ । ଏନେଇ ସେ ମୋ ସହିତ ଆଲୋଚନା କରିଥିଲେ । ସେ ଯେଉଁ ପ୍ରକାରର ଅଭିନେତା ହେବାକୁ ଲକ୍ଷ୍ୟ ରଖିଥିଲେ, ସେଠାରେ ପହଞ୍ଚିବା ପାଇଁ ତାଙ୍କୁ ବହୁତ ରାଜନୀତିର ଶିକାର ହେବାକୁ ପଡ଼ିଥିଲା । ସେହି ପୋଜିସନ ପାଇବାକୁ ବଲିଉଡରେ ବଡ଼ଧରଣର ରାଜନୀତି ହେଉଛି । ଯେହେତୁ ସେ ଅଳ୍ପ ବୟସର ଥିଲେ, ତେଣୁ ସେ ସେହି ଧରଣର ରାଜନୀତିକୁ ସହ୍ୟ କରିପାରି ନଥିଲେ । ମୁଁ ସେଇ ପୋଜିସନକୁ ଯିବାକୁ ଚାହୁଁନାହିଁ କି ରାଜନୀତିରେ ପଶିବାକୁ ଚାହୁଁନାହିଁ ।