fbpx

(Video) ବିଦାୟ ବୀର ସୁଶାନ୍ତ… ଲୁହଭିଜା ଆଖିରେ ସୁଶାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ: ପଞ୍ଚଭୂତରେ ବିଲୀନ ହେଲା ପାର୍ଥିବ ଶରୀର

Advertisement

ଆନନ୍ଦପୁର: ଝୁରୁଛି ସ୍କୁଲ, ଝୁରୁଛି ଗାଁ ମାଟି ଆଉ ଝୁରୁଛି ସାରା ଦେଶ । ସମସ୍ତଙ୍କ ମୁହଁରେ ସହିଦ ସୁଶାନ୍ତ ବୀରତ୍ୱର କାହାଣୀ ଗୌରବର ଗାଥା । ଯିଏ ଆଜି ସହିଦ ହୋଇ ବି ଚିର ଦିନ ପାଇଁ ଅମର ହୋଇ ଯାଇଛନ୍ତି । କେନ୍ଦୁଝର ଆନନ୍ଦପୁରର ବୀର ଯବାନ୍ ସୁଶାନ୍ତ । ଦିନ ନୁହେଁ କି ମାସ ନୁହେଁ, ଯୁଗ ଯୁଗ ପାଇଁ ତାଙ୍କର ଅମର ଗାଥା ଗାଇବ ଆନନ୍ଦପୁର ମାଟି । ଗୌରବର କାହାଣୀ କହିବ କେନ୍ଦୁଝର । ଆଜି ଶେଷ ନିଦ୍ରାରେ ଶୋଇ ଯାଇଛନ୍ତି ବୀର ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ । ବୈତରଣୀ ଗୂଳରେ ଗାଁ ପାଖ ମଶାଣୀରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସହିଦ ବୀରଙ୍କୁ ମେଲାଣି ଦେଇଛି ସାରା ରାଜ୍ୟ ।

ନକ୍ସଲ ଗୁଳି ଆଗରେ ଛାତି ଦେକାଇ ଠିଆ ହୋଇ ଯୁଦ୍ଧ କରିଥିଲେ ସୁଶାନ୍ତ । ଦେହରେ ଶେଷ ନିଶ୍ୱରସ ଥିବା ପର୍ଯ୍ୟନ୍ତ ନକ୍ସଲକୁ ଦେଇଥିଲେ ମୁହଁତୋଡ଼ ଜବାବ । ଶେଷ ନକ୍ସଲଙ୍କ ଗୁଳିରେ ସେ ମାଟି ଉପରେ ଟଳି ପଡ଼ିଥିଲେ । କିନ୍ତୁ ନକ୍ସଲଙ୍କୁ ନିଜ ଲକ୍ଷ୍ୟରେ ସଫଳ ହେବାକୁ ଦେଇ ନାହାନ୍ତି ସୁଶାନ୍ତ । ଯୁଦ୍ଧକ୍ଷେତ୍ରରେ ହିଁ ସହିଦ ହୋଇ ଦେଶ ପାଇଁ ଅମର ହୋଇଯାଇଛନ୍ତି ଯବାନ୍ ସୁଶାନ୍ତ କୁମାର ଖୁଣ୍ଟିଆ । ତେବେ ଆଜି ତାଙ୍କ ପାର୍ଥିବ ଶରୀର ଜନ୍ମମାଟି ଆନନ୍ଦପୁରକୁ ଅଣାଯାଇ ସେଠାରେ ଅନ୍ତିମ ବିଦାୟ ଦିଆଯାଇଛି । ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଅଶ୍ରୁଳ ବିଦାୟ ନେଇଛନ୍ତି ଗାଁ ମାଟିର ଗୌରବ । ‘ସହିଦ ସୁଶାନ୍ତ ଅମର ରହେ’ ଧ୍ୱନିରେ ସାରା ଗାଁ ପ୍ରକମ୍ପିତ ହେଉଥିଲା ।

ଗାଁ ପାଖ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସହିଦଙ୍କୁ ଶେଷ ସମ୍ମନ ଦିଆଯାଇଛି । ଏହାପରେ ତାଙ୍କୁ ଲୁହଭିଜା ଆଖିରେ ବିଦାୟ ଦେଇଛନ୍ତି ସାଙ୍ଗସାଥୀ, ସାହି ପଡ଼ିଶା ଏବଂ ସହକର୍ମୀ । ସହିଦ ଯବାନଙ୍କ ମରଶରୀର ରାଞ୍ଚିରୁ କେନ୍ଦୁଝର ଦେଇ ସଡ଼କ ପଥରେ ଆସିବା ପରେ ଶୈଲଙ୍ଗ ଛକ ନିକଟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହାପରେ ପରିବାର ଲୋକଙ୍କ ଶେଷ ଦର୍ଶନ ପରେ ତାଙ୍କୁ ମୁଖାଗ୍ନି ଦିଆଯାଇଛି ।

Get real time updates directly on you device, subscribe now.