fbpx

କରୋନା ରୋଗୀଙ୍କ ପାଇଁ ହସ୍ପିଟାଲର CEO କାନ୍ଦୁ ଥିବାରୁ ଭିଡିଓ ଭାଇରାଲ, ଭିଡିଓ ଦେଖି ସାହାଯ୍ୟର ହାତ ବଢାଇଛନ୍ତି ସୁସ୍ମିତା ସେନ୍

ମୁମ୍ବାଇ ୨୩ ।୪ (ଓଡିଶା ଭାସ୍କର) : ସାରା ଦେଶରେ କରୋନା ମହାମାରୀ ଭୟଙ୍କର ହେବାରେ ଲାଗିଛି । ପଜିଟିଭ୍ ସଂଖ୍ୟାରେ ବିଶ୍ୱର ସବୁ ଦେଶକୁ ପଛରେ ପକାଇଛି ଭାରତ । କରୋନା ପାଇଁ ଉଭୟ ସରକାର ଏବେ ଚିନ୍ତାରେ ରହୁଛନ୍ତି । ଏହା ଭିତରେ ରାଜ୍ୟମାନଙ୍କରେ ଅକ୍ସିଜେନର ଅଭାବ ଦେଖା ଦେଇଛି । ଅକ୍ସିଜେନ୍ ପାଇଁ ଲୋକମାନେ ଅକ୍ସଜେନ୍ ରିଫିଲିଙ୍ଗ୍ ସେଣ୍ଟର ଆଗରେ ଲମ୍ବା ଲାଇନର ଭଡି ଜମାଉଛନ୍ତି । ପରିଜନମାନଙ୍କୁ ବଞ୍ଚାଇବା ପାଇଁ ନଜର ସବୁ ଚେଷ୍ଟା ଜାରି ରାଖିଛନ୍ତି । ଅକ୍ସିଜେନ୍ ଅଭାବରୁ କରୋନା ରୋଗୀଙ୍କ ପରିସ୍ଥିତି ଏମିତି ହେଲାଣି ଯେ ଡାକ୍ତରମାନେ ଏବେ ନିଜେ ମଧ୍ୟ ଧର୍ଯ୍ୟା ହରା ହୋଇ ପଡୁଛନ୍ତି । ଏବେ କିଛି ସମୟ ପୂର୍ବରୁ ଦିଲ୍ଲୀର ଶାନ୍ତି ମୁକନ୍ଦ ହସ୍ପିଟାଲର ସିଇଓ ସୁନୀଲ ସାଗରଙ୍କ ଭିଡିଓ ଭାଇରଲ ହେବାରେ ଲାଗିଛି ।

ଭିଡିଓଟିରେ ସୁନୀଲ ସାଗର ହସ୍ପିଟାଲରେ ଅକ୍ସଜେନର ମାତ୍ରା କମ୍ ଥିବାରୁ ଏନେଇ ଚିନ୍ତାରେ ଥିବା ଦେଖା ଯାଉଛନ୍ତି । ଏହି ଭିଡିଓଟିକୁ ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ ଦେଖି ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ସୁସ୍ମିତା ସେନ୍ କିଛି ଅକ୍ସିଜେନ୍ ସିଲିଣ୍ଡର ହସ୍ପିଟାଲକୁ ପଠାଇବା ପାଇଁ ସହମତି ଜଣାଇଛନ୍ତି । ଏହା ବ୍ୟତିତ ଭିଡିଓଟିର ପ୍ରତିକ୍ରିୟାରେ ସେ କହିଛନ୍ତି କି ‘ଏହା ବହୁତ କଷ୍ଟ ଏବଂ ହୃଦୟ ବିଦାରକ । ସବୁ ଜାଗାରେ ଏବେ ଅକ୍ସିଜେନର ସମସ୍ୟା ଦେଖିବା ପାଇଁ ମିଳୁଛି । ଏଥିସହିତ ମୁଁ କିଛି ଅକ୍ସିଜେନ ସିଲିଣ୍ଡର ବ୍ୟବସ୍ଥା କରିବାରେ ସଫଳ ହୋଇଛି କିନ୍ତୁ ମୁମ୍ବାଇରୁ ଦିଲ୍ଲୀକୁ ପଠାଇବା ପାଇଁ କୌଣସି ରାସ୍ତା ପାଉ ନାହିଁ… ଦୟାକରି ରାସ୍ତା ଖୋଜିବାରେ ମୋତେ ସାହାଯ୍ୟ କରନ୍ତୁ ।

ଏହାପରେ ସୁସ୍ମିତାଙ୍କର ଏହି ପୋଷ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। ଆଉ କିଛି ୟୁଜର୍ସ ସୁସ୍ମିତାଙ୍କ ପୋଷ୍ଟକୁ ଟ୍ରୋଲ କରୁଛନ୍ତି। ଜଣେ ୟୁଜସ ଲେଖିଛନ୍ତି, ‘ଅକ୍ସିଜେନର ଅଭାବ ପ୍ରତିଟି ସ୍ଥାନରେ ହେଉଛି, ତେବେ ଆପଣ ଏହି ସିଲିଣ୍ଡରକୁ ମୁମ୍ବାଇ ବଦଳରେ ଦିଲ୍ଲୀକୁ କାହିଁକି ପଠାଉଛନ୍ତି।’ ୟୁଜରଙ୍କ ଟ୍ରୋଲରେ ସୁସ୍ମିତା ଜବାବ ଦେଇ ଲେଖିଛନ୍ତି କି, କାହିଁକି ନା ମୁମ୍ବାଇରେ ଅକ୍ସିଜେନ ଅଛି। ଦିଲ୍ଲୀର ଛୋଟ ଛୋଟ ହସ୍ପିଟାଲରେ ଅକ୍ସିଜେନର ଅଭାବ ରହିଛି । ଯଦି ଆପଣ ବି ସାହାଯ୍ୟ କରିପାରିବେ ତାହେଲେ କରନ୍ତୁ।’

Get real time updates directly on you device, subscribe now.