ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ, ଗଛରେ ଝୁଲୁଛି ସ୍ୱାମୀ, ଘରେ ପଡ଼ିଛି ସ୍ତ୍ରୀ ମୃତଦେହ
କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ସ୍ପଷ୍ଟ ହୋଇନି।
ଉମରକୋଟ: ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ। ଉମରକୋଟ ଥାନା ସାନଭୀମାଗୁଡ଼ା ଗାଁରେ ଅଘଟଣ।
ଘର ପଛପଟ ଗଛରେ ଝୁଲୁଛି ସ୍ୱାମୀର ମୃତଦେହ। ଘର ଭିତରେ ପଡ଼ିଛି ସ୍ତ୍ରୀର ମୃତଦେହ।
ମୃତ ସ୍ତ୍ରୀଙ୍କ ମୁଣ୍ଡରେ ଲାଗିଛି ରକ୍ତ ଦାଗ।
କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ସ୍ପଷ୍ଟ ହୋଇନି।
ଘଟଣା ସ୍ଥଳରେ ପହଞ୍ଚିଛି ପୋଲିସ୍ । ହତ୍ୟା ନା ଆତ୍ମହତ୍ୟା ଏନେଇ ତଦନ୍ତ କରୁଛି ପୋଲିସ।
ସ୍ୱାମୀ ସ୍ତ୍ରୀକୁ ମାରି ନିଜେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। କିନ୍ତୁ ସତ ଜାଣିବା ପାଇଁ ତଦନ୍ତ ଜାରି ରଖିଛି ପୋଲିସ।