fbpx

Breaking News: ଦମ୍ପତ୍ତିଙ୍କ ସନ୍ଦେହଜନକ ମୃତ୍ୟୁ; ଚାଲିଛି ପୋଲିସର ତଦନ୍ତ

କେନ୍ଦୁଝର: ଦେଶ ତଥା ରାଜ୍ୟରେ ଦିନକୁ ଦିନ ଅପରାଧିକ ମାମଲା ବଢିବାର ଲାଗିଛି । କିଏ ପାରିବାରିକ କହଳକୁ ନେଇ କାହାକୁ ହତ୍ୟା କରୁଛି ତ ଆଉ କିଏ ଳୁପାଟ କରିବା ଉଦ୍ଦେଶ୍ୟରେ କାହାର ଜୀବନ ନେଉଛି । ତେବେ ପୂର୍ବରୁ ଏପରି ଅନେକ ଘଟଣା ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ସେହିପରି ଏକ ମାମଲା ସାମ୍ନାକୁ ଆସିଛି । ଯାହାକି ସେଠାକାର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ସ୍ଥିତ ରାସୋଳ ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେହିଗ୍ରାମରେ ଏକ ଦମ୍ପତ୍ତିଙ୍କ ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଛି । ତେବେ ଏକ ଘରଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏହି ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଯାହାକି ସେଠାକାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ଘଟଣାର ଖବର ପାଇ ଦୈତାରୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.