fbpx

ଗ୍ରାମୀଣ ହିତାଧିକାରୀଙ୍କ ଜୀବନଧାରଣକୁ ଉନ୍ନତ କରିଛି ସ୍ୱଚ୍ଛ ଭାରତ ଓ ଆବାସ ଯୋଜନା

୨୦୧୪ ମସିହା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନ ଆଜି ଦେଶରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଦେଶକୁ ଆବର୍ଜନାମୁକ୍ତ ଏବଂ ଖୋଲା ଶୌଚମୁକ୍ତ କରିବା ଦିଗରେ ଏହି ଅଭିଯାନ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ କେନ୍ଦ୍ର ସରକାର ଦେଶବ୍ୟାପୀ ୧୧ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରିଛନ୍ତି । ଗ୍ରାମାଞ୍ଚଳରେ ହିତାଧିକାରୀଙ୍କୁ ଘର ପାଖରେ ପାଇଖାନା ତିଆରି କରିବା ପାଇଁ କେନ୍ଦ୍ର ସରକାର ୧୨ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେଉଛନ୍ତି।

ଏହାଦ୍ୱାରା ଗ୍ରାମାଞ୍ଚଳ ପରିବାର, ବିଶେଷ କରି ମହିଳାମାନେ ଅଧିକ ଉପକୃତ ହେଉଛନ୍ତି । ଯାହାର ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ ଅଞ୍ଚଳରେ । ନିକଟରେ ଏହି ବ୍ଲକ୍‌ ଅନ୍ତର୍ଗତ ଲଇତରା ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ ସମୟରେ ହିତାଧିକାରୀମାନେ ସେମାନଙ୍କ ଅନୁଭୂତି ପ୍ରକାଶ କରି କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୂର୍ବରୁ ସ୍ଥାନୀୟ ମହିଳାମାନେ ଖୋଲା ପଡ଼ିଆକୁ ଶୌଚ ହେବା ପାଇଁ ଯାଉଥିଲେ। ଏହାଦ୍ୱାରା ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିଲେ। ଏବେ କେନ୍ଦ୍ରୀୟ ଯୋଜନାରେ ସହାୟତା ପାଇ ସେମାନେ ନିଜ ଘର ପାଖରେ ପାଇଖାନା ନିର୍ମାଣ କରିପାରିଛନ୍ତି । ଫଳରେ ସେମାନଙ୍କ ଜୀବନରେ ସୁଧାର ଆଣିବା ସହ ସେମାନଙ୍କୁ ସମ୍ମାନପୂର୍ଣ୍ଣ ଜୀବନ ବଞ୍ଚିବାରେ ସୁବିଧା ମିଳିଛି ।

ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଶୌଚାଳୟ, ବିଦ୍ୟୁତ ସଂଯୋଗ ଭଳି ମୌଳିକ ସୁବିଧା ଥିବା ପକ୍କା ଘର ନିର୍ମାଣ ପାଇଁ କେନ୍ଦ୍ର ସରକାର ସହାୟତା ଯୋଗାଇ ଦେଉଛନ୍ତି । ଆବାସ ଯୋଜନାରେ ଉପକୃତ ହୋଇଥିବା କେସିଙ୍ଗା ବ୍ଲକ୍‌ର ମହିଳା ହିତାଧିକାରୀମାନେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ପୂର୍ବରୁ ଏହି ହିତାଧିକାରୀମାନେ କଚ୍ଚା ଘରେ ରହୁଥିଲେ ଏବେ ସେମାନଙ୍କ ମୁଣ୍ଡ ଉପରେ ସୁରକ୍ଷିତ ପକ୍କା ଛାତ ଅଛି, ଯାହା ସେମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି।

Get real time updates directly on you device, subscribe now.