fbpx

ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧: ୧୦ ନମ୍ବରରେ ଅପରିବର୍ତ୍ତିତ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଉଥିବା ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟ ଶନିବାର ଦିନ ପ୍ରକାଶ ପାଇଛି । ଶନିବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ ଇନ୍ଦୋର ଭାରତର ସବୁଠାରୁ ପରିଷ୍କାର ସହରର ମାନ୍ୟତା ପାଇଛି । କ୍ରମାଗତ ପଞ୍ଚମ ବର୍ଷ ପାଇଁ ଇନ୍ଦୋର ଭାରତର ସ୍ୱଚ୍ଛ ସହରର ମୁକୁଟ ପିନ୍ଧିଥିବା ବେଳେ ଏହି ତାଲିକାରେ ୧୦ମ ସ୍ଥାନରେ ରହିଛି ଓଡ଼ିଶା । ୨୦୨୦ବର୍ଷରେ ମଧ୍ୟ ଓଡ଼ିଶା ଦେଶର ସ୍ୱଚ୍ଛ ସହର ତାଲିକାରେ ୧୦ ନମ୍ବର ସ୍ଥାନରେ ରହିଥିଲା ।

ଛତିଶଗଡ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ଏହି ତାଲିକାର ପ୍ରଥମ ୩ ସ୍ଥାନ ବଜାୟ ରଖିଥିବା ବେଳେ ଗୁଜରାଟ ଚତୁର୍ଥ ସ୍ଥାନରେ ରହିଛି । ଉତ୍ତର ପ୍ରଦେଶ, ଝାଡଖଣ୍ଡ, ହରିଆଣା ଓ ପଞ୍ଜାବ ପଛକୁ ପଛ ରହିଛନ୍ତି । ତେବେ ୨୦୨୦ରେ ୨୧ ତମ ସ୍ଥାନରେ ରହିଥିବା କର୍ଣ୍ଣାଟକ ୧୨ଟି ସ୍ଥାନ ଉଠି ଓଡ଼ିଶା ଉପରକୁ ନବମ ସ୍ଥାନରେ ରହିଛି । ପଶ୍ଚିମବଙ୍ଗ ଏବଂ ମେଘାଳୟ ୨୩ ନମ୍ବର ରାଙ୍କ ସହିତ ଏହି ତାଲିକାର ସବୁଠୁ ତଳେ ରହିଛନ୍ତି ।

Get real time updates directly on you device, subscribe now.