fbpx

‘ଆରେଷ୍ଟ ସ୍ୱରା ଭାସ୍କର’ ଦାବି ତେଜିଲା, କଙ୍ଗନା କହିଲେ…

ଓଡ଼ିଶା ଭାସ୍କର ବ୍ୟୁରୋ: ସବୁବେଳେ କିଛି ନା କିଛି ବିବାଦୀୟ ମତ ଦେଇ ଚର୍ଚ୍ଚାରେ ରହୁଛନ୍ତି ଅଭିନେତ୍ରୀ ସ୍ୱରା ଭାସ୍କର । ଏବେ ପୁଣିଥରେ ତାଙ୍କ ପାଟି ସ୍ଲିପ୍ କରିଯାଇଛି । ଆଉ ବିଗିଡ଼ିଥିବା ସୁର ପାଇଁ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେଉଛନ୍ତି । ଏଥିସହ ଆରେଷ୍ଟ୍ ସ୍ୱରା ଭାସ୍କର ଟ୍ରେଣ୍ଡ୍ ଜୋର ଧରିଛି ।

ସ୍ୱରା ନକହ ନକହି ଏମିତି କହିଛନ୍ତି ଯେ ତାଙ୍କ ବିରୋଧରେ ସବୁଆଡୁ ଅଭିଯୋଗ ବଢ଼ିବାରେ ଲାଗିଛି । ତାଲିବାନଙ୍କୁ ହିନ୍ଦୁତ୍ୱ ସହ ତୁଳନା କରିଛନ୍ତି । ଏନେଇ ସେ ପୋଷ୍ଟ ଶେଆର କରିବା ପରେ ୟୁଜର୍ସମାନେ ତାତି ଯାଇଛନ୍ତି । ସମ୍ପ୍ରତି ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ନେଇ ସ୍ୱରା ଟ୍ୱିଟ୍ କରିଥିଲେ ଯେ, ଆମେ ହିନ୍ଦୁତ୍ୱ ଆତଙ୍କ ସହିତ ଠିକ ଭାବେ ରହି ପାରୁନୁ । ଅଥଚ ତାଲିବାନ ଆତଙ୍କ ନେଇ ଆଶ୍ଚର୍ଯ୍ୟ ହେଉଛେ । ତାଲିବାନ ଆତଙ୍କ ପାଇଁ ଶାନ୍ତିରେ ବସି ପାରୁନେ ଅଥଚ ହିନ୍ଦୁତ୍ୱ ଆତଙ୍କ ନେଇ ଚୁପ୍ ରହିଛେ । ଏହି ପୋଷ୍ଟର ଜବାବ ଦେଇଛନ୍ତି ବଲିଉଡ୍ ର ପଙ୍ଗା କ୍ୱିନ୍ କଙ୍ଗନା ରାଣାୱତ । ହିନ୍ଦୁତ୍ୱ କେବେ ମଧ୍ୟ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରେନି ବରଂ ଆମର ମୂଳ ଲକ୍ଷ୍ୟ ମୋକ୍ଷ ଆଉ ସମାଧୀ ବୋଲି କଙ୍ଗନା କହିଛନ୍ତି ।

Get real time updates directly on you device, subscribe now.