fbpx

ସୁନୀତା କେଜ୍ରିୱାଲଙ୍କ ଟ୍ୱିଟକୁ ନେଇ ବର୍ଷିଲେ ସ୍ୱାତୀ ମାଲିୱାଲ, ଏକ୍ସରେ ପୋଷ୍ଟ କରି ଦେଲେ ଜବାବ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସ୍ୱାତୀ ମାଲିୱାଲଙ୍କ ସହ ମାରପିଟ କରିବା ଅଭିଯୋଗରେ ଗିରଫ ହୋଇଥିବା ବିଭବ କୁମାରଙ୍କୁ ଜାମିନ ଦେଇଛନ୍ତି। ବିଭବ କୁମାର ପାଖାପାଖି ୧୦୦ ଦିନ ପର୍ଯ୍ୟନ୍ତ ଜେଲରେ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା। ଜେଲରୁ ବାହାରିବା ପରେ ତାଙ୍କର ଏକ ଫଟୋକୁ ସୋସିଆଲ ମିଡିଆ ସାଇଟ ଏକ୍ସରେ ସେୟାର କରି ସିଏମ ଅରବିନ୍ଦ କେଜ୍ରିିୱାଲଙ୍କ ସ୍ତ୍ରୀ ସୁନୀତା ଜେଜ୍ରିିୱାଲ ଏକ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ, ‘ଶାନ୍ତିର ନୀଦ’ ଲେଖି ଫଟୋ ସେୟାର କରିଛନ୍ତି। ବର୍ତ୍ତମାନ ଏହି ପୋଷ୍ଟକୁ ନେଇ ସ୍ୱାତୀ ମାଲିିୱାଲ ବର୍ଷିଛନ୍ତି ଏବଂ ନିଜ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ନିଜ କଥା କହିଛନ୍ତି। ଆସନ୍ତୁ ଜାଣିବା ସ୍ୱାତୀ ମାଲିିୱାଲ କଣ କହିଛନ୍ତି..

ନିଜ ଏକ୍ସ ହ୍ୟାଣ୍ଡେଲରେ ସୁନୀତା କେଜ୍ରିିୱାଲଙ୍କ ପୋଷ୍ଟର ସ୍କ୍ରିନସର୍ଟ ସେୟାର କରି କ୍ୟାପସନରେ ସ୍ୱାତୀ ମାଲିିୱାଲ ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ, ଯିଏ ମୋର ମାରପିଟ ହେବା ସମୟରେ ଘରେ ହିଁ ଥିଲେ, ତାଙ୍କୁ ବଡ଼ ଶାନ୍ତି ଅନୁଭବ ହେଉଛି। ଶାନ୍ତି ଏଥିପାଇଁ ଯେ, ସେହି ବ୍ୟକ୍ତି ଯିଏ ମୋତେ ତାଙ୍କ ଘରେ ମାରିଥିଲା ଏବଂ ଅଶ୍ଳୀଳତା କରିଥିଲା, ସେ ସର୍ତ୍ତ ଜାମିନରେ ଆସିଛି।

Get real time updates directly on you device, subscribe now.