ନୂଆଦିଲ୍ଲୀ: ଦେଶ ତଥା ବିଦେଶରେ ଅନେକ କମ୍ପାନୀ ଚାକିରିରୁ ଛଟେଇ କରୁଛନ୍ତି । ଟ୍ୱିଟର ତାପରେ ଆମାଜୋନ ଏବଂ ମାଇକ୍ରୋସଫ୍ଟ କମ୍ପାନୀ ଛଟେଇ କରିବା ପରେ ବର୍ତ୍ତମାନ ଫୁଡ଼ ଡେଲିଭରୀରର ବଡ଼ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ନେଇ ଛଟେଇ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ଆଜ୍ଞା ହଁ, ଫୁଡ଼ ଡ଼େଲିଭରୀ କମ୍ପାନୀ swiggy ନିଜର ସମୁଦାୟ କର୍ମଚାରୀଙ୍କ ଭିତରୁ ୩୮୦ ଜଣ କର୍ମଚାରୀଙ୍କ ଛଟେଇ କରିବା ପାଇଁ ନିଷ୍ପତ୍ତି ନେଇସାରିଛି ।
ସୂଚନା ଅନୁଯାୟୀ, swiggy କମ୍ପାନୀ ନିଜର ଆଇପିଓ ର ଅଫର ଦେଇ ଲାଭବାନ ହେବାକୁ ପ୍ରୟାସ କରିଆସୁଛି । ଏଥିସହ ଲଗାତାର ପଣ୍ଡିଙ୍ଗ, କମରେ ଚାଲୁଥିବାରୁ କମ୍ପାନୀ ଏହି ବଡ଼ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛି । ଏହାକୁ ନେଇ swiggy ର ସିଇଓ ଶ୍ରହର୍ଷ ମଜେଟୀ କହିଛନ୍ତି ଯେ, କର୍ମଚାରୀ ମାନଙ୍କ ଛଟେଇର ନିଷ୍ପତ୍ତି ଆମ ପାଇଁ ଏକ କଠିନ କାମ ଅଟେ । ଆଜି ସିଇଓ ସମସ୍ତ କର୍ମଚାରୀଙ୍କୁ ଇ-ମେଲ ପଠାଇଛନ୍ତି । ସେଥିରେ ଲେଖିଛନ୍ତି ଯେ, ଆମେ ପୁନଃ ନିର୍ମାଣ ବ୍ୟାୟାମ ପାଇଁ କମ୍ପାନୀ କର୍ମଚାରୀଙ୍କ ସାଇଜକୁ ଛୋଟ କରିବାକୁ ପଡ଼ିବ । ସେଥିପାଇଁ ଆମକୁ ୩୮୦ଜଣ କର୍ମଚାରୀଙ୍କୁ ବାହାର କରିବାକୁ ପଡ଼ିବ । ଯେଉଁ କର୍ମଚାରୀ ମାନେ ବାହାରିବେ ସେମାନଙ୍କ ପାଇଁ ଆମେ ବହୁତ ଦୁଃଖିତ ଅଛୁ ।
କମ୍ପାନୀ କହିଛି ଯେ, ଆମେ ଏକ କର୍ମଚାରୀ ସହାୟତା ଯୋଜନା ପ୍ରସ୍ତୁତ କରିଛୁ , ଯାହାକି ଏହି ପୁନଃ ନିର୍ମାଣ ପ୍ରକ୍ରିୟା ସମୟରେ ପ୍ରଭାବିତ କର୍ମଚାରୀମାନଙ୍କୁ ଆର୍ଥିକ ଏବଂ ଶାରୀରିକ ସହାୟତା ଯୋଗାଇବ । swiggy ସିଇଓ କହିଛନ୍ତି ଯେ, ନୂତନ ବ୍ୟବସାୟ ସୁଯୋଗ ଖୋଜିବା ପାଇଁ କମ୍ପାନୀ ପ୍ରତିବଦ୍ଧ । ଏଥିପାଇଁ କମ୍ପାନୀ କିଛି ବିଦ୍ୟମାନ ନୂତନ ଭର୍ଟିକାଲ୍ ଉପରେ ମଧ୍ୟ ଧ୍ୟାନ ଦେଉଛି । ଏହା ଅଧୀନରେ କମ୍ପାନୀ ଶୀଘ୍ର ଏହାର ମିଟ ବଜାର ବନ୍ଦ କରିବ । ଯଦିଓ ଏହି vertical ଭଲ ବ୍ୟବସାୟ କରିଥିଲା । ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ଇନଷ୍ଟାମାର୍ଟ ମାଧ୍ୟମରେ ଗ୍ରାହକଙ୍କ ପାଇଁ ମିଟ ବିତରଣ ଜାରି ରଖିବ। ଏହା ସହିତ କମ୍ପାନୀ ଅନ୍ୟ ନୂତନ ଭର୍ଟିକାଲ୍ସରେ ବିନିଯୋଗ ଜାରି ରଖିବ ।