fbpx

ମହିଳା କର୍ମୀଙ୍କ ପାଇଁ ଖୁସିଖବର: ମାସକୁ ମିଳିବ ୨ ଦିନର ଛୁଟି, ପଇସା ବି କଟିବନି

ନୂଆଦିଲ୍ଲୀ: ମହିଳା କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ମହିଳା କର୍ମଚାରୀଙ୍କୁ ମାସକୁ ଦୁଇ ଦିନର ଅତିରିକ୍ତ ଛୁଟି ପ୍ରଦାନ ପାଇଁ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଏହା ସହିତ ଏହି ଅତିରିକ୍ତ ଛୁଟି ପାଇଁ କମ୍ପାନୀ ତରଫରୁ ପଇସା ମଧ୍ୟ ଦିଆଯିବ । ଭାରତରେ ପ୍ରଥମ ଥର ପାଇଁ ଏମିତି କିଛି ଘୋଷଣା କରିଛି ସ୍ୱିଗି । ନିଜର ସମସ୍ତ ମହିଳା ଡେଲିଭରୀ ପାର୍ଟନରଙ୍କ ପାଇଁ ସ୍ୱିଗି ପକ୍ଷରୁ ଏହି ଅଫର ଘୋଷଣା କରାଯାଇଛି । କର୍ମକ୍ଷେତ୍ରରେ ରହିଥିବା ଲିଙ୍ଗଗତ ବିଭେଦ ଦୂର କରିବା ପାଇଁ କମ୍ପାନୀ ପକ୍ଷରୁ ଏଭଳି ଘୋଷଣା କରାଯାଇଛି ।

ପୁଣେରେ ସ୍ୱିଗି ପକ୍ଷରୁ ଏହାର ପ୍ରଥମ ଡେଲିଭରୀ ପାର୍ଟନର ରଖାଯାଇଥିବା ବେଳେ ବର୍ତ୍ତମାନ ୧୦୦୦ରୁ ଅଧିକ ମହିଳା କର୍ମଚାରୀ ସ୍ୱିଗି ସହିତ ଜଡିତ ଅଛନ୍ତି । ମହିଳା କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ସେମାନଙ୍କ ପାଇଁ ଏକ ସୁସ୍ଥ ବାତାବରଣ ତିଆରି କରିବା ଆମର ଦାୟିତ୍ୱ ବୋଲି ମିହିର ଶାହ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.