fbpx

ତେଲ ପାଇଁ ‘ନୋ ଟେନସନ୍’ ! ଘୋଡ଼ା ଉପରେ ବସି ଖାଇବା ଡେଲିଭରୀ କଲେ ସ୍ୱିଗି ବଏ, ଦେଖନ୍ତୁ Video

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ମଜାଦାର ଭିଡିଓ ଭାଇରାଲ ହେଉଛି । ସେଥିରୁ କିଛି ଭିଡିଓ ଦେଖିଲେ ଆମକୁ ହସ ଲାଗେ ତ ଆଉ କିଛି ଆମକୁ ଆଶ୍ଚର୍ଯ୍ୟ କରିଦିଏ । ଏହାରି ମଧ୍ୟରେ ଏକ ଡେଲିଭରୀ ବଏଙ୍କ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଲୋକଙ୍କ ହୃଦୟ ଛୁଇଁବା ସହ ସେମାନେ ପ୍ରଶଂସା ମଧ୍ୟ କରୁଛନ୍ତି । କାହଚି ନା ଭିଡିଓରେ ଡେଲିଭରୀ ବଏ ସାଇକେଲ କି ବାଇକରେ ନୁହେଁ, ବରଂ ଘୋଡ଼ାରେ ବସି ଖାଇବା ଡେଲିଭର କରୁଥିବା ନଜର ଆସିଛନ୍ତି ।

ଏହି ଭିଡିଓଟି ମୁମ୍ବାଇର ବୋଲି କୁହାଯାଉଛି  । ଭାଇରାଲ ଭିଡିଓରେ ବର୍ଷା ସମୟରେ ଜଣେ ବ୍ୟକ୍ତି ଧଳା ଘୋଡା ଉପରେ ବସି କାନ୍ଧରେ ଖାଦ୍ୟ ବ୍ୟାଗ ପକାଇ ଯାଉଥିବା ଦେଖିବାକୁ ମିଳିଛି । ଭିଡିଓ ଦେଖି ଲୋକଙ୍କର ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ପେଟ୍ରୋଲ ଦାମ୍ ବଢୁଥିବା ଯୋଗୁଁ ଘୋଡା ଏକ ବିକଳ୍ପ ହୋଇପାରେ ବୋଲି ଲୋକେ ଭାବୁଛନ୍ତି ।

ତେବେ ଏହି ଭିଡିଓରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଲୋକମାନେ ନିଜ ନିଜ ଅନ୍ଦାଜରେ ଏଥିରେ କମେଣ୍ଟ କରୁଛନ୍ତି । ଭିଡିଓକୁ ଗାଡିରେ ବସିଥିବା ଜଣେ ବ୍ୟକ୍ତି ସୁଟ୍‌ କରାଯାଇଛି। କିନ୍ତୁ ଡେଲିଭରୀ ଏଜେଣ୍ଟଙ୍କ ଅଦ୍ଭୁତ ଉପାୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

Get real time updates directly on you device, subscribe now.