fbpx
BJD
BJD SKY
BJD SKY

ରୁଚିକା ଆତ୍ମହତ୍ୟା ପ୍ରସଙ୍ଗରେ ଉତ୍ତର ରଖିବେ ଗୃହ ରାଷ୍ଟମନ୍ତ୍ରୀ

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟାକୁ ନେଇ ଚାଲିଛି ଦ୍ୱନ୍ଦ । ରୁଚିକା ଆତ୍ମହତ୍ୟାକୁ ଦୁଇଦିନ ବିତିଥିଲେ ମଧ୍ୟ ପୋଲିସର କୌଣସି କାର୍ଯ୍ୟାନୁଷ୍ଠାନ ନେଇଥିବା ସାମ୍ନାକୁ ଆସି ପାରିନାହିଁ । ସେହିପରି ରୁଚିକା ଆତ୍ମହତ୍ୟାକୁ ନେଇ ବିଧାନସଭାରେ ଉଠିଛି ପ୍ରଶ୍ନ । କଂଗ୍ରେସ ଓ ବିଜେପି ରୁଚିକାଙ୍କ ଅତ୍ମହତ୍ୟାକୁ ନେଇ ଗୃହରେ ପ୍ରଶ୍ନ ଉଠାଇ ଥିଲେ । ତେବେ ଏହି ପ୍ରଶ୍ନର ଉତ୍ତର ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଗୃହରେ ଦେବେ ବୋଲି ସୂଚନା ମିଳିଛି । ଏହି ପ୍ରସଙ୍ଗର ଉତ୍ତର ଗୃହ କାର୍ଯ୍ୟ ଶେଷ ପୂର୍ବରୁ ଦେବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।

ବର୍ତ୍ତମାନ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତରକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । କଂଗ୍ରେସ ଓ ବିଜେପି ରୁଚିକା ଆତ୍ମହତ୍ୟାକୁ ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ବାଚସ୍ପତି ଗୃହକାର୍ଯ୍ୟ ଶେଷ ପୂର୍ବରୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଏ ବିଷୟରେ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗୃହରେ ରୁଚିକାଙ୍କ ଆତ୍ମହତ୍ୟାରେ ପୋଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ସହ ଏହି ଘଟଣରାରେ ସିବିଆଇ ତଦନ୍ତକୁ ନେଇ ଦାବି କରିଛନ୍ତି ବିରୋଧୀ ଦଳ ।

Get real time updates directly on you device, subscribe now.