fbpx

ସ୍ୱାଇନ୍ ଫ୍ଲୁରେ ୧୦୪ ଘୁଷୁରି ମୃତ୍ୟୁ: ପ୍ରଶାସନ ନେଲା ବଡ ପଦକ୍ଷେପ

AAKASH

ଉତ୍ତରପ୍ରଦେଶ: ଲକ୍ଷ୍ନୌର ଜିଲ୍ଲାପାଳ ବର୍ତ୍ତମାନ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ଘୁଷୁରି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦ୍ରବ୍ୟ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି। ସହରରେ ୧୦୦ ରୁ ଅଧିକ ଘୁଷୁରିଙ୍କ ମୃତ୍ୟୁ ପରେ ଏପରି ପ୍ରତିବନ୍ଧକ ଲଗାଇଛି ଲକ୍ଷେ୍ନା ଜିଲ୍ଲାପାଳ। ଏହି ଘୁଷୁରିଙ୍କ ମୃତ୍ୟୁ ପରେ ସେମାନଙ୍କ ନମୁନା ଭୋପାଳ ପଠାଯାଇଥିଲା। ସେଠାରୁ ରିପୋର୍ଟ ଆସିବାପରେ ସେମାନଙ୍କ ଠାରେ ଆଫ୍ରିକୀୟ ସ୍ୱାଇନ୍ ଫ୍ଲୁ ଚିହ୍ନଟ ହୋଇଛି । ଯାହାଫଳରେ ଲକ୍ଷ୍ନୌବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଛି।

କରୋନା ମହାମାରୀ ମଧ୍ୟରେ ବର୍ତ୍ତମାନ ସ୍ୱାଇନ୍ ଫ୍ଲୁ ଉତ୍ତରପ୍ରଦେଶ ସରକାରଙ୍କ ଚିନ୍ତା ବଢାଇ ଦେଇଛି। ଘୁଷୁରିଙ୍କୁ ଜ୍ୱର ଆରମ୍ଭ ହେବା ପରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଠାରୁ ଆରମ୍ଭ କରି ରାଜ୍ୟ ସରକାର ସମସ୍ତେ ଚିନ୍ତିତ ଅଛନ୍ତି। ତେବେ ବର୍ତ୍ତମାନ ସତର୍କତା ମୂଳକ ପଦକ୍ଷେପ ଭାବରେ ସହରରେ ସେମାନଙ୍କ ମାଂସ ଓ ସେମାନଙ୍କ ସମ୍ବନ୍ଧୀୟ ଦ୍ରବ୍ୟ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଭୋପାଳ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହାଇ ସିକ୍ୟୁରିଟି ପଶୁ ରୋଗ,ଆନନ୍ଦ ନଗରରେ ୧୦୪ ଘୁଷୁରିଙ୍କର ମୃତ୍ୟୁ ହେବା ପରେ ଏହି ପ୍ରତିବନ୍ଧକ ଲଗାଇଛନ୍ତି ଭୋପାଲ ଡିଏମ୍ ସୂର୍ଯ୍ୟପାଲ ଗାଙ୍ଗୱାର।

ଏତତ୍ ବ୍ୟତୀତ ମ୍ୟୁନିସିପାଲିଟି କର୍ପୋରେସନ ଓ ପଶୁପାଳନ ବିଭାଗକୁ ନିର୍ଦ୍ଦେଶ ଦିଆଯିବା ସହ ସଚେତନତା ଅଭିଯାନ ମଧ୍ୟ ଆରମ୍ଭ କରିବାକୁ କୁହାଯାଇଛି। ଅନ୍ୟପକ୍ଷେ ମ୍ୟୁନିସିପାଲିଟି କର୍ପୋରେସନ ଦଳ ଓ ପଶୁପାଳନ ବିଭାଗ ଘୁଷୁରି ମାଲିକଙ୍କ ସହ ଯୋଗାଯୋଗ କରି ଘୁଷୁରି ରହୁଥିବା ସ୍ଥାନ ଗୁଡିକୁ ଡିଜେନ୍ସିଫିକେସନ୍ ଏବଂ ସଫା କରିବାରେ ସାହାଯ୍ୟ କରିବେ।

ଆଫ୍ରିକୀୟ ସ୍ୱାଇନ୍ ଫ୍ଲୁ କଣ : ଆଫ୍ରିକୀୟ ସ୍ୱାଇନ୍ ଫ୍ଲୁ ହେଉଛି ଏକ ଅତ୍ୟଧିକ ସଂକ୍ରାମକ ପ୍ରାଣି ରୋଗ । ଯାହା ଘରୋଇ ଓ ବଣୁଆ ଘୁଷୁରିଙ୍କୁ ସଂକ୍ରମଣ କରେ ଯାହାଦ୍ୱାରା ଘୁଷୁରିମାନଙ୍କର ଉଚ୍ଚ ରକ୍ତସ୍ରାବ ସହିତ ଜ୍ୱର ହୋଇଥାଏ । ଏହି ଫ୍ଲୁ ପ୍ରଥମେ ଆଫ୍ରିକାରେ ୧୯୨୦ ଦେଖିବାକୁ ମିଳିଥିଲା । ଯାହାର ମୃତ୍ୟୁ ହାର ପ୍ରାୟ ୧୦୦ ପ୍ରତିଶତ ରହିଛି । ତେବେ ସବୁଠୁ ଚିନ୍ତାର ବିଷୟ ହେଉଛି ଯେ ଏହି ରୋଗ ପାଇଁ କୌଣସି ବିକଳ୍ପ ଉପାୟ ନାହିଁ । ଏପରି ସ୍ଥିତିରେ ସଂକ୍ରମଣକୁ ରୋକିବାକୁ ହେଲେ ପଶୁମାନଙ୍କୁ ମାରିବାକୁ ପଡିଥାଏ ।

Get real time updates directly on you device, subscribe now.