ଲିଭରରେ କ୍ୟାନ୍ସର ଆରମ୍ଭ ହେବା ବେଳେ ଦେଖାଦିଏ ଏହି ଲକ୍ଷଣ, ଜାଣନ୍ତୁ କିପରି କରିବେ ଏହାର ଚିହ୍ନଟ
ଲିଭର କ୍ୟାନ୍ସର ଆରମ୍ଭ ହେବା ମାତ୍ରେ, ଦେଖାଦିଏ ଏହି ଲକ୍ଷଣ, ଜାଣନ୍ତୁ
ନୂଆଦିଲ୍ଲୀ: ଲିଭର ଶରୀରକୁ ଚଳାଇଥାଏ। ଲିଭରରେ କୌଣସି ପ୍ରକାରର ଖରାପ ହେବା ମାତ୍ରେ, ଏହାର ଲକ୍ଷଣ ଦେଖାଦେଇନଥାଏ। ଖାସକରି ଲିଭର କ୍ୟାନ୍ସରର ଆରମ୍ଭରେ କୌଣସି ପ୍ରକାର ଲକ୍ଷଣ ସାମ୍ନାକୁ ଆସିନଥାଏ।
ଯେଉଁ କାରଣରୁ ଲୋକଙ୍କୁ ଏହି ବିଷୟରେ ଜଣାପଡିନଥାଏ। ଯେତେବେଳେ ଲକ୍ଷଣ ଦେଖାଦିଏ, ସେତେବେଳେ ଲିଭର କ୍ୟାନ୍ସର ତୃତୀୟ ଷ୍ଟେଜ ବା ଚତୁର୍ଥ ଷ୍ଟେଜରେ ପହଞ୍ଚି ସାରିଛି। ଆରମ୍ଭରେ କିଛି ସାମାନ୍ୟ ଲକ୍ଷଣ ଦେଖାଦେଇଥାଏ। ଆସନ୍ତୁ ଜାଣିବା..
ଆରମ୍ଭ ଲକ୍ଷଣ: ଲିଭର କ୍ୟାନ୍ସରର ଆରମ୍ଭ ଲକ୍ଷଣରେ ଥକାପଣ ସବୁଠୁ ମୁଖ୍ୟ ଲକ୍ଷଣ। ଲଗାତାର ଥକାପଣ ଲାଗି ରହୁଥିଲେ, ଯାଞ୍ଚ କରାନ୍ତୁ। ଏହା ବ୍ୟତୀତ ବିନା କାରଣରେ ହଠାତ୍ ଓଜନ କମିଯିବା।
ପେଟରେ ଲଗାତାର କଷ୍ଟ ଅନୁଭବ ହେବା। ବାନ୍ତି ହେବା, ଜଣ୍ଡିସ ହେବା ଆଦି ଏଥିରେ ଅନ୍ତର୍ଭକ୍ତ। ଏହା ବ୍ୟତୀତ ଡାହାଣ କାନ୍ଧରେ କଷ୍ଟ ଅନୁଭବ ହେବା, ଲିଭର କ୍ୟାନ୍ସରର ଆରମ୍ଭରେ ଏହି ଲକ୍ଷଣ ଦେଖାଦେଇଥାଏ। ଏହି ଲକ୍ଷଣ ଦେଖାଯିବା ପରେ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ।