fbpx

Kidney ଖରାପ ହେଲେ ଜାଣିବେ କିପରି: ଏହାର ଲକ୍ଷଣ କ’ଣ, କେମିତି ଆଗୁଆ ସଚେତନ ହେବେ

Advertisement

କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଶରୀରର ମଇଳା ପଦାର୍ଥକୁ ଫିଲ୍ଟର କରାଇବା ହେଉଛି ଏହାର ମୁଖ୍ୟ କାର୍ଯ୍ୟ । ତେଣୁ କିଡନୀରେ କୌଣସି ପ୍ରକାରର ସମସ୍ୟା ଦେଖାଦେଲେ ମଣିଷ ରୋଗାଗ୍ରସ୍ତ ହୋଇଥାଏ । ଅନେକ ସମୟରେ କିଡନୀ ଫେଲ ହେବା କାରଣରୁ ଡାୟଲିସିସ କରିବାକୁ ପଡ଼ିଥାଏ । କିଡନୀ ରୋଗର ସବୁଠାରୁ ବଡ଼ ସମସ୍ୟା ହେଉଛି ଏହା ବହୁତ ବିଳମ୍ବରେ ଜଣାପଡ଼ିଥାଏ । ସେଥିପାଇଁ ଆମକୁ ଏ ସମ୍ବନ୍ଧୀୟ କିଛି ଜରୁରୀ ଲକ୍ଷଣ ବିଷୟରେ ଜାଣିବା ନିହାତି ଆବଶ୍ୟକ ।

ସାଧାରଣ ଭାବେ କହିବାକୁ ଗଲେ କିଡନୀ ଆମ ଶରୀରର ତରଳ ପଦାର୍ଥକୁ ଛାଣିଥାଏ । ଯଦି କିଡନୀ ଫଙ୍କସନରେ ସାମାନ୍ୟ ସମସ୍ୟା ହୁଏ, ତେବେ ଏହାର ପ୍ରଭାବ ୟୁରିନର ରଙ୍ଗରୁ ସ୍ପଷ୍ଟ ଭାବେ ଜଣାପଡ଼ିଥାଏ । ଯଦି ଆପଣଙ୍କର ୟୁରିନର ରଙ୍ଗ ହଳଦିଆ ଦେଖାଯାଉଛି, ବାରମ୍ବାର ପରିସ୍ରା ଲାଗୁଛି ତେବେ ସଙ୍ଗେସଙ୍ଗେ ୟୁରିନକୁ ଟେଷ୍ଟ କରାଇ ନିଅନ୍ତୁ ।

କିଡନୀ ସମସ୍ୟା ହେଲେ ଶରୀରରେ ଆଇରନ ସମେତ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱର ଅଭାବ ପରିଲକ୍ଷିତ ହୋଇଥାଏ । ଏଥିସହିତ ରକ୍ତରେ ଅକ୍ସିଜେନ ସ୍ତରକୁ ନିୟନ୍ତ୍ରଣରେ ରଖୁଥିବା ଲାଲ ରକ୍ତ କଣିକାର ନିର୍ମାଣ କମି ଯାଇଥାଏ । ଏହି କାରଣରୁ ଆରବିସି କମିଯାଇଥାଏ ଓ ଆମକୁ ଥକ୍କାପଣର ସାମ୍ନା କରିବାକୁ ପଡ଼ିଥାଏ ।

ଦାନ୍ତ ସଫା ନ କରିବା, ପିଆଜ-ରସୁଣ ସେବନ କରିବା ଆଦି ବିଭିନ୍ନ କାରଣରୁ ମୁଖ ଦୁର୍ଗନ୍ଧ ହୋଇଥାଏ । ଏହିସବୁ ସମସ୍ୟା ପରେ ପୁଣି ଯଦି ଦୁର୍ଗନ୍ଧ ଦେଖାଦିଏ ତେବେ ଏହା କିଡନୀ ବିମାରୀର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ । କିଡନୀ ଫଙ୍କସନ ଠିକ୍ ଭାବେ ନ ହେବା କାରଣରୁ ଶରୀରରେ ମଇଳା ଜମି ରହିଥାଏ । ଫଳରେ ଏହାର ପ୍ରଭାବ ଆମ ଚର୍ମ ଓ ଚେହେରା ଉପରେ ପଡ଼ିଥାଏ ।

Get real time updates directly on you device, subscribe now.