fbpx

ବିଶ୍ୱରେ ସିରମ ଟିକାକୁ ଜରୁରୀକାଳୀନ ଅନୁମତି ପ୍ରଦାନ କଲା ହୁ

ନୂଆଦିଲ୍ଲୀ, ୧୬ା୨: ସାରା ବିଶ୍ୱରେ ସିରମ ଇନଷ୍ଟିଚ୍ୟୁଟର କରୋନା ଟିକା ପ୍ରଦାନ କରାଯିବ । ଏଥିପାଇଁ ସିରମ ଇନଷ୍ଟିଚ୍ୟୁଟର ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଟିକାକୁ ଅନୁମତି ମିଳିଛି । ସମଗ୍ର ବିଶ୍ୱରେ ଜରୁରୀକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ହୁ) ଅନୁମତି ପ୍ରଦାନ କରିଛି । ତେବେ ଅନୁମତି ଦେବା ପୂର୍ବରୁ ଟିକାର ଗୁଣବତ୍ତା ଓ ମାନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଯାଞ୍ଚ କରାଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ମାସ ୧୬ ତାରିଖରୁ ସମଗ୍ର ଭାରତରେ ଟିକାକରଣର ଶୁଭାରମ୍ଭ କରାଯାଇଥିଲା । ସିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ଦ୍ୱାରା ନିର୍ମିତ ସ୍ୱଦେଶୀ ଟିକାକୁ ଡିସିଜିଆଇ ଅନୁମତି ପ୍ରଦାନ କରିଥିଲା । କୋଭିସିଲ୍ଡ ଓ କୋଭାକ୍ସିନକୁ ଡିସିଜିଆଇ ଜରୁରୀ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରାଯାଇଥିଲା ।

Get real time updates directly on you device, subscribe now.