fbpx

ଅକ୍ଟୋବର ୧୭ରୁ ଟି-୨୦ ବିଶ୍ୱକପ୍‌, ଓମାନରେ ୮ ଦଳକୁ ନେଇ ପ୍ରଥମ ରାଉଣ୍ଡ୍‌ ମୁକାବିଲା

Advertisement

ଦୁବାଇ (ଓଡ଼ିଶା ଭାସ୍କର): କରୋନା ଆତଙ୍କ ନେଇ ଭାରତ ଚଳିତ ବର୍ଷ ଆୟୋଜନ କରିବାକୁ ଥିବା ଟି-୨୦ କ୍ରିକେଟ ବିଶ୍ୱକପ୍‌ ୟୁନାଇଟେଡ ଆରବ ଏମିରେଟ୍ସକୁ ସ୍ଥାନାନ୍ତର କରିଥିବା ବେଳେ ଏହା ଆସନ୍ତା ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ମଙ୍ଗଳବାର ଦିନ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ଘୋଷଣା କରିଛି । ୟୁନାଇଟେଡ ଆରବ ଏମିରେଟ୍ସରେ ବିଶ୍ୱକପ୍‌ ଆୟୋଜନ ନେଇ ବିସିସିଆଇ ଗତକାଲି ଅବଗତ କରାଇବା ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆଜି ନିର୍ଦ୍ଦିଷ୍ଟ ତାରିଖ ସମ୍ପର୍କରେ ସୂଚନା ଦେଇଛି ।

ୟୁନାଇଟେଡ ଆରବ ଏମିରେଟ୍ସର ତିନି ଷ୍ଟାଡିୟମ ଶାରଜା ,ଆବୁଧାବି ଓ ଦୁବାଇ ସହିତ ଓମାନରେ ବିଶ୍ୱକପର ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ । ଅକ୍ଟୋବର ୧୭ରୁ ଓମାନରେ ଅନୁଷ୍ଠିତ ହେବ ବିଶ୍ୱକପର ପ୍ରଥମ ରାଉଣ୍ଡ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ । ଏଥିରେ ବାଂଲାଦେଶ ,ଶ୍ରୀଲଙ୍କା ,ଆୟାରଲାଣ୍ଡ ,ନେଦରଲାଣ୍ଡ ,ସ୍କଟଲାଣ୍ଡ ,ନାମ୍ବିଆ ,ଓମାନ ଓ ପପୁଆ ନ୍ୟୁ ଗୁଏନା ଅଂଶ ଗ୍ରହଣ କରିବେ । ଏମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଚାରି ଦଳ ଅନ୍ୟ ଆଠଦଳ ସହିତ ସୁର ୧୨ ପର୍ଯ୍ୟାୟ ଖେଳିବା ସୁଯୋଗ ପାଇବେ ।

ସୂଚନା ଯୋଗ୍ୟ ଯେ ୨୦୧୬ରେ ଭାରତରେ ଅନୁଷ୍ଠିତ ହୋଇଥିଲା ଶେଷ ଟି-୨୦ ବିଶ୍ୱକପ । ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ୱେଷ୍ଟଇଣ୍ଡିଜ ଚାମ୍ପିଅନ୍‌ ହୋଇଥିଲା । ଚଳିତ ବର୍ଷ ଭାରତ ପୁଣି ଟି-୨୦ ବିଶ୍ୱକପ ଆୟୋଜନ କରିବାକୁ ଯାଉଛି । ଗତ ବର୍ଷ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ ଆୟୋଜନ କରିବାର ଥିଲା । ମାତ୍ର କରୋନା ଆତଙ୍କ ଯୋଗୁ ସମ୍ଭବ ହୋଇ ପାରିଲା ନାହିଁ । ତେଣୁ ଆସନ୍ତା ବର୍ଷ ପୁଣି ଅଷ୍ଟ୍ରେଲିଆ ଆୟୋଜନ କରିବ ଟି-୨୦ ବିଶ୍ୱକପ୍‌ । ତେବେ ଆଇସିସି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଜିଓଫ ଆଲାରଡାଇସ୍‌ କହିଛନ୍ତି ଯେ କରୋନା ପରସ୍ଥିତି ସତ୍ତ୍ବେ  ଚଳିତ ବର୍ଷ ସମ୍ପୂର୍ଣ୍ଣ ସୁରକ୍ଷା ମଧ୍ୟରେ ଟି-୨୦ ବିଶ୍ୱକପ ଆୟୋଜନ କରିବା ପାଇଁ ଆମର ପ୍ରୟାସ ଜାରି ରହିବ । ୟୁନାଇଟେଡ ଆରମ ଏମିରେଟ୍ସରେ କ୍ରିକେଟ ପ୍ରେମୀ ଏହି ବିଶ୍ୱକପକୁ ଅତି ନିକଟରେ ଉପଭୋଗ ସୁଯୋଗ ପାଇବେ ବୋଲି ଆମର ଦୃଢ଼ ବିଶ୍ୱାସ । ସେହିପରି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ କରୋନା ପରିସ୍ଥିତି ସତ୍ତେ୍ୱ ଆମେ ଏହି ବିଶ୍ୱକପ ଆୟୋଜନ କରିବା ଦିଗରେ ସଫଳ ହେବାକୁ ଯାଉଥିବା ଅତି ଖୁସିର ବିଷୟ ।

Get real time updates directly on you device, subscribe now.