fbpx

ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ସ୍କ୍ୱାର୍ଡ଼ ଘୋଷଣା କଲା ଆଷ୍ଟ୍ରେଲିଆ: ଅଧିନାୟକ ମଙ୍ଗ ସମ୍ଭାଳିବେ ଆରୋନ ଫିଞ୍ଚ, ଓପନର୍‌ ଡେଭିଡ୍‌ ୱାର୍ଣ୍ଣର୍‌ଙ୍କୁ ବିଶ୍ରାମ

ମେଲ୍‌ବୋର୍ଣ୍ଣ: ଚଳିତ ମାସରେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ଭାରତ ଗସ୍ତରେ ଆସି ୩ ଟି-୨୦ ମ୍ୟାଚ୍‌ ଖେଳିବା କାର୍ଯ୍ୟକ୍ରମ ରହିଛି । ତେଣୁ ଗୁରୁବାର ଦିନ ଅଧିନାୟକ ଆରୋନ ଫିଞ୍ଚଙ୍କ ନେତୃତ୍ୱରେ ୧୫ ଜଣିଆ ଅଷ୍ଟ୍ରେଲିଆ ଦଳ ନାମ ତାଲିକା ଘୋଷଣା କରାଯାଇଛି । ତେବେ ଆସନ୍ତା ମାସରେ ଟି-୨୦ ବିଶ୍ୱକପ୍‌ ଅନୁଷ୍ଠିତ ହେବା ପାଇଁ ଥିବା ଦୃଷ୍ଟିରୁ ଆକ୍ରମଣାତ୍ମକ ତଥା ଅଭିଜ୍ଞ ଓପନର୍‌ ଡେଭିଡ୍‌ ୱାର୍ଣ୍ଣର୍‌ଙ୍କୁ ଏହି ସିରିଜ ପାଇଁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ କାମେରୁନ ଗ୍ରୀନ୍‌ଙ୍କୁ ଦଳରେ ସାମିଲ କରାଯାଇଛି । ସେପ୍ଟେମ୍ବର ୨୦ ତାରିଖ ଦିନ ପଞ୍ଜାବର ମୋହାଲିରେ ଭାରତ- ଅଷ୍ଟ୍ରେଲିଆ ପ୍ରଥମ ଟି-୨୦, ୨୩ରେ ନାଗପୁର, ୨୫ ତାରିଖ ଦିନ ହାଇଦ୍ରାବାଦରେ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ ଅନୁଷ୍ଠିତ ହେବ ।

ସୂଚନାଯୋଗ୍ୟ ଯେ, ଆଗାମୀ ଟି-୨୦ ବିଶ୍ୱକପ୍‌ ପୂର୍ବରୁ ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ବିରୁଦ୍ଧରେ ମଧ୍ୟ ଭାରତ ଟି-୨୦ ସିରିଜ ଖେଳିବା କାର୍ଯ୍ୟସୂଚୀ ରହିଛି । ବିଶ୍ୱକପ୍‌ ପୂର୍ବରୁ ଭାରତ ସମେତ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍‌ ପାଇଁ ଏହି ସିରିଜ ଉପଯୁକ୍ତ ଅଭ୍ୟାସ ସୁଯୋଗ ଯୋଗାଇବ ।

ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ (ଅଧିନାୟକ), ଆଶଟନ ଅଗର, ପ୍ୟାଟ୍‌ କ୍ୟୁମିନ୍ସ, ଟିମ୍‌ ଡେଭିଡ୍‌, ଜୋସ୍‌ ହାଜେଲଉଡ, ଜୋସ୍‌ ଇଂଲିସ, ମିଚେଲ୍‌ ମାର୍ସ, ଗ୍ଲେନ୍‌ ମ୍ୟାକ୍ସୱେଲ୍‌, କେନ୍‌ ରିଚାଡସନ୍‌, ଷ୍ଟିଭ୍‌ ସ୍ମିଥ୍‌, ମିଚ୍‌ଲେ ଷ୍ଟାର୍କ, ମାର୍କସ୍‌ ଷ୍ଟୋନିସ୍‌, ମାଥ୍ୟୁ ୱାଦେ, କାମେରୁନ ଗ୍ରୀନ୍‌, ଆଦାମ ଜାମ୍ପା ।

Get real time updates directly on you device, subscribe now.