fbpx

ଟି-୨୦ ବିଶ୍ୱକପ୍ : ବାଂଲାଦେଶକୁ ପରାସ୍ତ କଲା ଅଷ୍ଟ୍ରେଲିଆ

Advertisement

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ସୁପର-୮ର ଚତୁର୍ଥ ମ୍ୟାଚରେ ଅଷ୍ଟ୍ରେଲିଆ ଡିଏଲଏସ୍ ନିୟମରେ ବିଜୟୀ ହୋଇଛି । ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଦଳ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୧୪୦ ରନ୍ କରିଥିଲା । ଏହି ମ୍ୟାଚ୍ ରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ହ୍ୟାଟ୍ରିକ୍ ୱିକେଟ୍ ନେଇଥିଲେ ।

ପ୍ୟାଟ୍ କମିନ୍ସ ୧୮ତମ ଓଭରର ଶେଷ ଦୁଇ ବଲ୍ ରେ ମହମୁଦୁଲ୍ଲା ଓ ମେହେଦି ହାସନଙ୍କୁ ଆଉଟ୍ କରିଥିଲେ । ୨୦ତମ ଓଭରର ପ୍ରଥମ ବଲ୍ ରେ ତୌହିଦ୍ ହୃଦୟଙ୍କୁ ଆଉଟ୍ କରି ସେ ଟି-୨୦ ବିଶ୍ବକପ୍ ରେ ହ୍ୟାଟ୍ରିକ୍ ୱିକେଟ୍ ନେବାରେ ସପ୍ତମ ଖେଳାଳି ହୋଇଛନ୍ତି । ୧୪୧ ରନର ଟାର୍ଗେଟକୁ ପିଛା କରି ଅଷ୍ଟ୍ରେଲିଆ ଦଳ ୧୧.୨ ଓଭରରେ ୨ ୱିକେଟ୍ ହରାଇ ୧୦୦ ରନ୍ କରିଥିଲା ।

ଏହାପରେ ବର୍ଷା ଆରମ୍ଭ ହୋଇଥିଲା ଏବଂ ଖେଳ ବନ୍ଦ କରିବାକୁ ପଡ଼ିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍ ୱାର୍ଣ୍ଣର ୩୫ ବଲ୍ ରେ ସର୍ବାଧିକ ୫୩ ରନ୍ କରିଥିଲେ। ଅଧିକ ସମୟ ବର୍ଷା ହେବାରୁ ଅଷ୍ଟ୍ରେଲିଆ ଦଳକୁ ‘ଡିଏଲ୍ଏସ୍’ ନିୟମ ବଳରେ ବିଜୟୀ କରାଇଥିଲା । ପ୍ୟାଟ୍ କମିନ୍ସଙ୍କୁ ତାଙ୍କ ଚମତ୍କାର ବୋଲିଂ ପାଇଁ ମ୍ୟାନ୍ ଅଫ୍ ଦି ପ୍ଲେୟାର ପୁରସ୍କାର ମିଳିଥିଲା । ଏହି ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆ ଦଳ ଗୋଟିଏ ବି ମ୍ୟାଚ୍ ହାରିନାହିଁ ।

Get real time updates directly on you device, subscribe now.