fbpx

(Video): Taapsee Pannu Birth day Special: ସରଦାନୀଙ୍କ ଦିଲ୍ଲୀ କନେକ୍ସନ, ଛୋଲେ ଭଟୁରେ ଖାଇବାଠୁ ମେଟ୍ରୋଯାତ୍ରା ପର୍ଯ୍ୟନ୍ତ….

ଓଡିଶା ଭାସ୍କର: ସିନେ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ ଭାବରେ ଯାତ୍ରା ଆରମ୍ଭ କରିବା ପରେ ସୌନ୍ଦର୍ଯ୍ୟମୟୀ, ପ୍ରତିଭାଶାଳୀ ତଥା ଆକର୍ଷକ ଚେହେରାର ଅଧିକାରିଣୀ ତାପସୀ ପନ୍ନୁ ମାୟାନଗରୀ ମୁମ୍ବାଇରେ ପାଦ ଥାପିଥିଲେ । ମାତ୍ର, ତାଙ୍କ ଦିଲ ଦିଲ୍ଲୀରେ ହିଁ ସର୍ବଦା ରହିବ । ରାଷ୍ଟ୍ରୀୟ ରାଜଧାନୀ ତଥା ‘ଦିଲୱାଲୋ କା ସହର ଦିଲ୍ଲୀ’ ରେ ବଢିଥିବା ତାପସୀଙ୍କ ଅନେକ ସ୍ମୃତି ସେଠାରେ ବସା ବାନ୍ଧିକି ରୁହେ । ଆଜି ଏହି ସୁନ୍ଦରୀ ୩୭ ବର୍ଷ ବୟସରେ ପାଦ ଥାପିଛନ୍ତି ।

 

View this post on Instagram

 

A post shared by Taapsee Pannu (@taapsee)

୧ ଅଗଷ୍ଟ ୧୯୮୭ ମସିହାରେ ଦିଲ୍ଲୀ ନିବାସୀ ଦିଲମୋହନ ସିଂ ପନ୍ନୁ ଓ ନିର୍ମଳଜୀତ କୌର ଦୁନିଆକୁ ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ । ଗର୍ବିତ ପିତା ଦିଲମୋହନ ନିଜର ସୁନ୍ଦର ଦେଖାଯାଉଥିବା ଛୁଆର ନାଁ ରଖିଥିଲେ ତାପସୀ । ଯାହାକୁ ଉଚ୍ଚାରଣ କରିବା ପାଇଁ ତାପସୀଙ୍କ ସ୍କୁଲ ଶିକ୍ଷକଙ୍କ ପାଇଁ କଷ୍ଟକର ହେଉଥିଲା । ତାଙ୍କ ସାର୍ଟିଫିକେଟରେ ଅଭିନେତ୍ରୀଲଙ୍କ ନାମ ଓ ସ୍କ୍ରିନରେ ଟିକେ ଭିନ୍ନ ଥାଏ । ଦୁଇଟି ‘ଏ’(double A) ମଧ୍ୟରେ ଟିକେ ସାମଞ୍ଜସ୍ୟ ରହିଛି ।

 

View this post on Instagram

 

A post shared by Taapsee Pannu (@taapsee)

ଅଭିନେତ୍ରୀ ହେବା ପୂର୍ବରୁ ତାପସୀ ଅଶୋକ ବିହାର ମାତା ଜୟ କୌର ପବ୍ଲିକ ସ୍କୁଲର ଛାତ୍ରୀ ଥିଲେ । ପରେ ଦିଲ୍ଲୀର ଗୁରୁ ତେଗବାହାଦୂର ଇନଷ୍ଟିଚ୍ୟୁଟରୁ ସେ କପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ । ନିଜକୁ ଦିଲ୍ଲୀର ସରଦାନୀ କହି ଅଭିନେତ୍ରୀ ତାପସୀ ଗର୍ବ ଅନୁଭବ କରନ୍ତି । ତାପସୀ କହନ୍ତି, ମୁମ୍ବାଇର ଗୁପଚୁପ ଖାଇବା ଯୋଗ୍ୟ ନୁହେଁ । … ସିଟି ଅନୱିଣ୍ଡ ୨୦୨୨ ସମୟରେ ସେ ଦିଲ୍ଲୀର ଗୁପଚୁପର ମଜା ନେବା ଘଟଣା ପ୍ରମାଣିତ କରେ ଯେ ତାପସୀ ମୁମ୍ବାଇରେ କାମ କରୁଥିଲେ ବି ଦିଲ୍ଲୀ ପାଇଁ ସେ ଦିଲ ଦେଇ ସାରିଛନ୍ତି ।

 

View this post on Instagram

 

A post shared by Instant Bollywood (@instantbollywood)

ଅଭିନେତ୍ରୀ ତାପସୀ ଚାଟ ଖାଇବା ସହ ଛୋଲେ ଭଟୁରେକୁ ବେଶ୍ ପସନ୍ଦ କରନ୍ତି । ଦିଲ୍ଲୀରେ ଥିଲେ ସେ ସକାଳ ଜଳଖିଆରେ ଏହି ବ୍ୟଞ୍ଜନ ଖାଇବାକୁ ଭୁଲି ନ ଥାଆନ୍ତି । ଦିଲ୍ଲୀ ଯାତ୍ରା ସମୟରେ ସେ ଆଳୁ ଟିକ୍କା ମଧ୍ୟ ଖାଆନ୍ତି ତାପସୀ । ତାପସୀ ଖାଇବା ପାଇଁ ବଞ୍ଚନ୍ତି ବୋଲି କୁହନ୍ତି । ଏହି ତଥ୍ୟ ହିଁ ତାପସୀଙ୍କୁ ଦିଲରୁ ଦିଲ୍ଲୀ ବୋଲି ପ୍ରମାଣିତ କରିଥାଏ ।

 

Get real time updates directly on you device, subscribe now.