ତାଇୱାନକୁ ଡ୍ରାଗନର ନାଲି ଆଖି, ହେବ କି ଯୁଦ୍ଧ………….

ବେଜିଂ:ଚୀନ ଆଉ ତାଇୱାନ ମଧ୍ୟରେ ଯେଉଁ ବିବାଦ ଚାଲିଛି ତାହା ଥମିବାର ନା ନେଉ ନାହିଁ । ଦିନକୁ ଦିନ ଏହି ବିବାଦ ଯୁଦ୍ଧର ଆଶଙ୍କା ଭାବେ ଉଭା ହେଲାଣି । ଯୋଜନା ଅନୁସାରେ ୪ ଦିନ ଯୁଦ୍ଧାଭ୍ୟାସ କରିବ ବୋଲି କହି ଚୀନ ଯାହା ଆରମ୍ଭ କରିଥିଲା ବର୍ତ୍ତମାନ ତାହାକୁ ରୋକିବା ତ ଦୂର କଥା ଏହାକୁ ଆହୁରି ତୀବ୍ର କରିଛି । ତାଇୱାନର ଚର୍ତୁପାଶ୍ୱକୁ ଘେରିକରି ଚୀନ ତାର ସାମରିକ ଯୁଦ୍ଧଭ୍ୟାସ ଜାରି ରଖିଛି । ତାଇୱାନ ତଟରେ ଡ୍ରାଗନ ତାର ଶକ୍ତି ପ୍ରଦର୍ଶନ ଜାରି ରଖିଛି । ଏହା ଦ୍ୱାରା ଚୀନ ତାଇୱାନ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି ।

ନାନସି ପେଲୋସିଙ୍କର ଗସ୍ତପରେ ଚୀନ ତାର ସାମରିକ ଅଭ୍ୟାସ ଆରମ୍ଭ କରିଥିଲା । ୪ ଦିନ ମଧ୍ୟରେ ଡ୍ରାଗନ ସେନା ତାଇୱାନ ଏୟାର ଡିଫେନ୍ସ କ୍ଷେତ୍ରକୁ ଶତାଧିକ ଯୁଦ୍ଧ ବିମାନ ପୁରାଇ ତାର ଶକ୍ତି ପ୍ରଦର୍ଶନ କରିଛି । ଏବେ ବୁଡା ଜାହାଜ ଏବଂ ଅନ୍ୟାନ୍ୟ ଜାହାଜ ଦ୍ୱାରା ସାମୁଦ୍ରିକ ପଥରେ ମଧ୍ୟ ଏହି ସାମରିକ ଅଭ୍ୟାସ ଜାରି ରଖିଛି । ଏକ ଦୃଷ୍ଟିରୁ ଦେଖିବାକୁ ଗଲେ ଚୀନ ଯୁଦ୍ଧ ପାଇଁ ତାଇୱାନକୁ ଉସକଉଛି ।
ସେପଟେ ଚୁପ ରହିନାହିଁ ତାଇୱାନ । ଚୀନକୁ କଡା ଜବାବା ଦେବା ପାଇଁ ପ୍ରସ୍ତୁତ ହେଉଛି ତାଇୱାନ । ତାଇୱାନ ସୈନବାହିନୀ ମଙ୍ଗଳବାର ଠାରୁ ଲାଇ ଫାୟାର ଆର୍ଟିଲିର ଡ୍ରିଲ ଆରମ୍ଭ କରିଛି । ତାଇୱାନର ମୁଖପାତ୍ର କହିଛନ୍ତି ଯେ ଏହି ତାଇୱାନ ଚୀନକୁ ଉତ୍ତର ଦେବାକୁ ଯାଇ ଏହି ଯୁଦ୍ଧଭ୍ୟାସ କରୁ ନାହାନ୍ତି । ଏହି ଡ୍ରିଲ ୦୧୩୦ ଜିଏମଟି ରେ ଶେଷ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଯୁଦ୍ଧର କୌଣସି ଚିତ୍ର ସ୍ୱଷ୍ଟ ହୋଇ ନାହିଁ । ତାଇୱାନ ସାମରିକ ଶକ୍ତି ଚୀନ ଆଗରେ ଅଧିକ ସମୟ ଛିଡା ହୋଇ ପାରିବ ନାହିଁ ଜାଣିବା ପରେ ମଧ୍ୟ ତାଇୱାନ ପଛଘୂଞ୍ଚା ଦେବାକୁ ମନାକରି ଦେଇଛି । ସେପଟେ ଚୀନ ତାର ଶକ୍ତି ପ୍ରଦର୍ଶନ କରି ତାଇୱାନକୁ ଡରାଇବାରେ ଲାଗିଛି । ତେବେ ଦେଖିବା ବାକି ରହିଲା ଚୀନ ତାର ଶକ୍ତି ପ୍ରଦର୍ଶନ ବନ୍ଦ କରିବ ନା ଯୁଦ୍ଧ ପାଇଁ ଡାକରା ଦେବ ।