fbpx

ହାଇ ଭୋଲଟେଜ୍ ଡ୍ରାମା ପରେ ଘରକୁ ଫେରିଲେ ତାଜିନ୍ଦର ପାଲ୍ ସିଂ ବଗ୍ଗା: ଜାଣନ୍ତୁ ପୁରା ଘଟଣାକ୍ରମ

ନୂଆଦିଲ୍ଲୀ: ଦିଲ୍ଲୀର ବିଜେପି ନେତା ତାଜିନ୍ଦର ପାଲ୍ ସିଂ ବଗ୍ଗାଙ୍କ ଗିରଫଦାରିକୁ ନେଇ ବିବାଦ ଥମିଛି । ଦିନ ଯାକର ହାଇ ଭୋଲଟେଜ୍ ଡ୍ରାମା ପରେ ମଧ୍ୟରାତ୍ରରେ ବିଜେପି ନେତା ନିଜ ଘରକୁ ଫେରିଛନ୍ତି । ଶୁକ୍ରବାର ଦିନ ୮.୩୦ରେ ପଞ୍ଜାବ ପୋଲିସ ବଗ୍ଗାଙ୍କୁ ଗିରଫ କରିଥିଲା । ରାଜନୈତିକ ଅଭିସନ୍ଧି ରଖି ବଗ୍ଗାଙ୍କୁ ଗିରଫ କରାଯାଇଥିବା ନେଇ ତାଙ୍କ ପିତା ଅଭିଯୋଗ କରାଯାଇଥିଲା । ମୋହାଲିରେ ଆଗତ ଏକ ମାମଲାରେ ପଞ୍ଜାବ ପୋଲିସ୍ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା ।

ଏହାପରେ ବଗ୍ଗାଙ୍କ ପିତା ଦିଲ୍ଲୀ ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ । ଦିଲ୍ଲୀ ପୋଲିସ୍ ପକ୍ଷରୁ ପଞ୍ଜାବ ପୋଲିସର ଅଧିକାରୀଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା । ମାମଲା ରୁଜୁ କରାଯିବା ପରେ ଉକ୍ତ ଏଫ୍ଆଇଆରକୁ ହରିୟାଣା ପୋଲିସକୁ ହସ୍ତାନ୍ତର କରିଥିଲେ । ହରିୟାଣା ପୋଲିସ୍ କୁରୁକ୍ଷେତ୍ରରେ ପଞ୍ଜାବ ପୋଲିସକୁ ଅଟକାଇଥିଲେ ।

କୁରୁକ୍ଷେତ୍ରରେ ୪ ଘଣ୍ଟାର ମହାଭାରତ ପରେ ଶେଷରେ ବଗ୍ଗାଙ୍କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ଦିଲ୍ଲୀ ପୋଲିସ୍ ପକ୍ଷରୁ ଶୁକ୍ରବାର ରାତି ୧୨.୩୦ ରେ ଗୁରୁଗ୍ରାମ ସ୍ଥିତ ଦ୍ୱାରକା ଅଦାଲତର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲେ । ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ସ୍ୱୟଂସିଦ୍ଧା ତ୍ରିପାଠୀ ବଗ୍ଗାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ଏହା ପରେ ପୁଲିସର ସୁରକ୍ଷା ସହିତ ବଗ୍ଗାଙ୍କୁ ଘରକୁ ପଠାଯାଇଥିଲା ।

Get real time updates directly on you device, subscribe now.