fbpx

ଏସିଆନ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଲେ ତାଜିନ୍ଦରପାଲ ସିଂ ଟୁର

ଆସ୍ଥାନା : ଆସ୍ଥାନାଠାରେ ଚାଲିଥିବା ଏସିଆନ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ ରେ ଭାରତର ଜାତୀୟ ରେକର୍ଡଧାରୀ ତାଜିନ୍ଦରପାଲ ସିଂ ଟୁର ଶୁକ୍ରବାର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୨୦୨୩ ର ପୁରୁଷ ସଟ୍ ପୁଟ୍ ରେ ୧୯.୪୯ ମିଟରରେ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
ଟୁର୍ ତାଙ୍କର ପ୍ରଥମ ପ୍ରୟାସରେ ଏକ ଖରାପ ପ୍ରଦର୍ଶନ କରିଥିଲେ, କିନ୍ତୁ ତୃତୀୟ ଏବଂ ପଞ୍ଚମ ପ୍ରୟାସରେ ୧୯.୪୯ ମିଟର ଥ୍ରୋ କରି ରେକର୍ଡ ସୃଷ୍ଟି କରିଥିଲେ ।

କରଣଭୀର ସିଂ୧୯. ୩୭ ମିଟର ଥ୍ରୋ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ । ବ୍ରୋଞ୍ଜ ହାସଲ କରିବା ପାଇଁ କାଜାଖସ୍ତାନର ଇଭାନ୍ ଇଭାନୋଭ୍ ୧୮.୧୦ ଥ୍ରୋ କରିଥିଲେ ।

ଭାରତର ଜାତୀୟ ଟ୍ରିପଲ-ଜମ୍ପ ଚାମ୍ପିୟନ ପ୍ରବୀଣ ଚିତ୍ରାଭେଲ ୧୬.୯୮ ମିଟର ଲମ୍ଫ ଦେଇ ଏକ ରୌପ୍ୟ ପଦକ ହାସଲ କରିଛନ୍ତି । ଚୀନ୍ର ଅଲିମ୍ପିଆନ୍ ଫାଙ୍ଗ୍ ୟୋକିଙ୍ଗ ୧୭.୨୦ ମିଟର ଲମ୍ଫ ଦେଇ ସ୍ୱର୍ଣ୍ଣ ପଦକ ଏବଂ ଦକ୍ଷିଣ କୋରିଆର ୟୁ ଗ୍ୟୁମିନ୍ ୧୬.୭୩ ମିଟର ସହ ବ୍ରୋଞ୍ଜ ହାସଲ କରିଛନ୍ତ। ଭାରତର ଅରୁଣ ଏବି ୧୪.୧୨ ମିଟର ଲମ୍ଫ ଦେଇ ୧୫ ପ୍ରତିଯୋଗୀଙ୍କ ମଧ୍ୟରେ ଦ୍ୱାଦଶ ସ୍ଥାନ ହାସଲ କରିଛି ।

Get real time updates directly on you device, subscribe now.