fbpx

Viର ନୂତନ ରିଚାର୍ଜ ପ୍ଲାନର ଲାଭ ଉଠାନ୍ତୁ, ୨୦୦ ଟଙ୍କାରୁ କମରେ ପାଆନ୍ତୁ ଏହି ସବୁ ସୁବିଧା

ନୂଆଦିଲ୍ଲୀ: ଭୋଡାଫୋନ୍ ଆଇଡିଆ(Vi) ଏହାର ୟୁଜର୍ସଙ୍କ ପାଇଁ ନୂତନ ପ୍ଲାନ୍ ଲଞ୍ଚ୍ କରିଛି । କମ୍ପାନୀ ୨୦୦ ଟଙ୍କାରୁ କମ୍ ମୂଲ୍ୟରେ ୪ଟି ଶସ୍ତା ରିଚାର୍ଜ ପ୍ଲାନ୍ ଆରମ୍ଭ କରିଛି । କହିରଖୁଛୁ ବର୍ତ୍ତମାନ Viର ପ୍ରାୟ ୨୧ କୋଟିରୁ ଉର୍ଦ୍ଧ୍ୱ ଆକ୍ଟିଭ୍ ୟୁଜର୍ସ ଅଛନ୍ତି । ଏୟାରଟେଲ, ଜିଓ ଏବଂ BSNL  ଭଳି ପ୍ରତିଦ୍ୱନ୍ଦୀଙ୍କ ପାଇଁ ଗତ କିଛି ମାସରେ Vi ଏହାର କୋଟି କୋଟି ୟୁଜର୍ସ ସଂଖ୍ୟାରେ ହ୍ରାସ ଦେଖାଯାଇଛି ।

ଭୋଡାଫୋନ୍ ଆଇଡିଆର ୪ଟି ଶସ୍ତା ରିଚାର୍ଜ ପ୍ଲାନର ବୈଧତା ୨୬ ଦିନ ପର୍ଯ୍ୟନ୍ତ ରହିବ । ଏହାର ଛୋଟ ରିଚାର୍ଜ ପ୍ଲାନ୍ ସେହି ୟୁଜର୍ସଙ୍କ ପାଇଁ ଲାଭଦାୟକ ଯେଉଁମାନେ ଏକକାଳୀନ ରିଚାର୍ଜରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁନାହାଁନ୍ତି ।

୧. ୯୯ ଟଙ୍କାର ପ୍ଲାନ୍‌: ଭୋଡାଫୋନ୍ ଆଇଡିଆର ଏହି ଶସ୍ତା ରିଚାର୍ଜ ପ୍ଲାନ୍ ୧୫ ଦିନର ବୈଧତା ସହ ଉପଲବ୍ଧ । ଏହି ପ୍ଲାନ୍ ଅନ୍ତର୍ଗତ ୯୯ ଟଙ୍କାର ଟକ୍‌-ଟାଇମ୍ ଅଫର କରାଯାଉଛି । ଏଥିରେ ୟୁଜର୍ସ 200MB ଡାଟାର ଲାଭ ଉଠାଇପାରିବେ । ଆଉଟ୍ ଗୋଇଙ୍ଗ୍ କଲ ପାଇଁ ୨.୫ ପଇସା ପ୍ରତି ସେକେଣ୍ଡ ରହିଥିବା ବେଳେ ଫ୍ରି SMSର ସୁବିଧା ନାହିଁ ।

୨. ୧୫୫ ଟଙ୍କାର ପ୍ଲାନ୍‌: ଏହି ପ୍ଲାନ୍ ଅନ୍ତର୍ଗତ ୨୦ ଦିନର ବୈଧତା ସହ ୟୁଜର୍ସଙ୍କ ପାଇଁ ଅନଲିମିଟେଡ୍ କଲିଂ ସୁବିଧା ରହିଛି । ୟୁଜର ୩୦୦ ଫ୍ରିSMS ଏବଂ 1GB ଡାଟାର ଲାଭ ଉଠାଇପାରିବେ । ଡାଟା ଶେଷ ହୋଇଗଲେ ୟୁଜର୍ସଙ୍କୁ ୫୦ ପଇସା ପ୍ରତି MB ଚାର୍ଜ କରାଯିବ ।

୩. ୧୭୯ ଟଙ୍କାର ପ୍ଲାନ୍‌: ଏହି ପ୍ଲାନ୍ ୨୪ ଦିନର ଭାଲିଡିଟି ସହ ୟୁଜର୍ସଙ୍କୁ ଅନଲିମିଟେଡ୍ କଲିଂ, ୩୦୦ ଫ୍ରି SMS ଏବଂ 1GB ଡାଟା ପ୍ରଦାନ କରୁଛି । ଡାଟା ଶେଷ ହେବା ପରେ ୫୦ ପଇସା ପ୍ରତି MB ଚାର୍ଜ କରାଯିବ ।

୪. ୧୮୯ ଟଙ୍କାର ପ୍ଲାନ୍‌: ଏହି ପ୍ଲାନ୍ ୟୁଜର୍ସଙ୍କୁ ୨୬ ଦିନର ଭାଲିଡିଟି ପ୍ରଦାନ କରିଥାଏ । ଏଥିରେ ୟୁଜର ଅନଲିମିଟେଡ୍ କଲିଂ, ୩୦୦ ଫ୍ରି SMS ଏବଂ 1GB ଡାଟାର ଲାଭ ଉଠାଇ ପାରିବ । ଡାଟା ଶେଷ ହେବା ପରେ ୫୦ ପଇସା ପ୍ରତି MB ଚାର୍ଜ କରାଯିବ ।

Get real time updates directly on you device, subscribe now.