fbpx

ବାର୍ଥରୁମକୁ ମୋବାଇଲ ନେଇ ଯାଉଛନ୍ତି କି? ଜାଣନ୍ତୁ ଏହାର କୁପ୍ରଭାବ,ନଚେତ୍ ଭୋଗିବେ…

ଆଜିର ଯୁଗରେ ମୋବାଇଲ୍ ଫୋନ୍ ଆମ ଜୀବନର ଏକ ଅତ୍ୟାବଶ୍ୟକ ଅଙ୍ଗ ପରି ହୋଇଯାଇଛି । ଯାହାଠାରୁ ମଣିଷ ଦୂରଇ ରହିବା ତ ଦୂରର କଥା ଏହାକୁ କ୍ଷଣକେ ମଧ୍ୟ ଛାଡି଼ ରହି ପାରୁନାହିଁ । ଫଳରେ ଏହି ମୋବାଇଲ କାରଣରୁ ଅନେକ ପିଲା ଭୁଲ ରାସ୍ତାକୁ ଯାଉଥିବା ବେଳେ କିଛି ପିଲା ଜୀବନରେ ସଫଳତା ହାସଲ କରୁଛନ୍ତି । ତେବେ ଆଜିର ସମୟରେ ଆମେ ଯେଉଁଠାକୁ ବି ଯାଉ ନାଁ କାହିଁକି ନିଜ ଫୋନକୁ ସାଙ୍ଗରେ ନେଇ ଯିବାକୁ କେବେବି ଭୁଲି ନ ଥାଉ । ଏପରି ବି କିଛି ଲୋକ ଅଛନ୍ତି ଯେଉଁମାନେ ସର୍ବଦା ଫୋନରେ ବ୍ୟସ୍ତ ରୁହନ୍ତି । ସେମାନେ ଡାଇନିଙ୍ଗ ଟେବୁଲ ଠାରୁ ଆରମ୍ବ କରି ବାର୍ଥରୁମ୍ ପର୍ଯ୍ୟନ୍ତ ସବୁଠିକୁ ଫୋନ ନେଇ ଯିବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ୱାସରୁମକୁ ଫୋନ ନେଇ ଯିବା କେତେ କ୍ଷତି କାରକ । ତେବେ ଆପଣଙ୍କର ଯଦି ଏହିି ଅଭ୍ୟାସ ଅଛି ତାହାଲେ ଏହାକୁ ତୁରନ୍ତ ପରିବର୍ତ୍ତନ କରନ୍ତୁ । ନଚେତ୍ ଆପଣ ଅନେକ ସମସ୍ୟା ଭୋଗି ପାରନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ୱାସରୁମକୁ ଫୋନ ନେବା ଦ୍ୱାରା କଣ ସବୁ ସମସ୍ୟା ହୋଇଥାଏ ।

ଆମେରିକାର ସାନିଟାଇଜିଂ କମ୍ପାନୀ ଭିୟୋଗାର୍ଡ ଦାବି କରିଛନ୍ତି ଯେ ବର୍ତ୍ତମାନ ସମୟରେ ପ୍ରାୟ ୭୩ ପ୍ରତିଶତ ଲୋକ ୱାଶରୁମରେ ମୋବାଇଲ୍ ବ୍ୟବହାର କରନ୍ତି । ଏହାସହ ଏଥିରେ ଦର୍ଶାଯାଇଛି ଯେ ୧୧ ରୁ ୨୬ ବର୍ଷ ବୟସର ୯୩ ପ୍ରତିଶତ ଲୋକ ଏହାକୁ ସ୍ୱୀକାର ମଧ୍ୟ କରିଛନ୍ତି ଯେ ସେମାନେ ବାର୍ଥରୁମକୁ ଗେମ୍ ଖେଳିବା କିମ୍ବା ମୋବାଇଲ୍ ଫୋନରେ କାହା ସହ ଚାଟ୍ କରିବା ପାଇଁ ମୋବାଇଲ ନେଇ ଯାଆନ୍ତି । ଯାହାକି ଶରୀର ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ଏପରି ପରିସ୍ଥିତିରେ, ଏହି ଅଭ୍ୟାସକୁ ପରିବର୍ତ୍ତନ କରାଯିବା ଉଚିତ୍ ।

ୱାସରୁମରେ ଫୋନ ବ୍ୟବହାର ବିପଜ୍ଜନକ:
-ୱାଶରୁମରେ ଫୋନ୍ ବ୍ୟବହାର କରିବାବେଳେ, ଏହା କମୋଡରେ ପଡ଼ିଯିବାର ବିପଦ ରହିଛି । କିନ୍ତୁ ଏହାଠାରୁ ବଡ଼ ବିପଦ ହେଉଛି ଯେ ଆପଣ ୱାସରୁମରେ ମୋବାଇଲ ବ୍ୟବହାର କରିବା ଦ୍ୱାରା ସଂକ୍ରମିତ ହୋଇପରନ୍ତି । ଏପରି କି ରୋଗରେ ମଧ୍ୟ ପଡି ପାରନ୍ତି । ଫଳରେ ଆପଣଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିପାରେ । କାରଣ ମୋମବାଇଲ ସାହାଯ୍ୟରେ ଜୀବାଣୁଗୁଡିକ ଶରୀରରେ ପ୍ରବେଶ କରିଥାନ୍ତି । ଫଳରେ ଏହା ରୋଗ ହେବାର ସମ୍ଭାବନା ଅଧିକ ଥାଏ ।

-ବିଶେଷଜ୍ଞଙ୍କ ଅନୁଯାୟୀ ୱାସରୁମରେ ଫୋନ୍ ବ୍ୟବହାର କରିବାର ଅଭ୍ୟାସ ଆପଣଙ୍କ ଉପରେ ଏତେ ଭାରୀ ହୋଇପାରେ ଯେ ଏହା ୱାଶରୁମ୍ ବସିବାର ଅବସ୍ଥା ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଯାହାଫଳରେ ଆପଣ କେବଳ ଅସୁସ୍ଥ ହୁଅନ୍ତି ନାହିଁ ବରଂ ଅନେକ ବିପଦକୁ ମଧ୍ୟ ନିମନ୍ତ୍ରଣ କରନ୍ତି ।

– ଶୌଚାଳୟରେ ବସିଥିବା ଅବସ୍ଥାରେ ଲୋକଙ୍କ ମଳଦ୍ୱାରର ଶିରା ଉପରେ ଚାପ ପଡିଥାଏ । ଏହି କାରଣରୁ, ପାଇଲ୍ସ ହେବାର ଭୟ ମଧ୍ୟ ଅଛି । ଦୀର୍ଘ ସମୟ ଧରି ବସି ମୋବାଇଲ୍ ଫୋନରେ ସ୍ୱାଇପ୍ କରିବା କିମ୍ବା ସ୍କ୍ରୋଲ୍ କରିବା, ଆପଣଙ୍କୁ ତଳ ଅଂଶରେ ବହୁତ ଯନ୍ତ୍ରଣା କିମ୍ବା କୁଣ୍ଡିଆଣ ସୃଷ୍ଟି କରିପାରେ ।
– ଯେଉଁମାନେ ଟଏଲେଟ୍ ସିଟ୍ ଉପରେ ବସି ଫୋନ୍ ବ୍ୟବହାର କରନ୍ତି ସେମାନେ ମଧ୍ୟ ସାବଧାନ ହେବା ଉଚିତ୍ ଯେ ଏହା କରିବା ଦ୍ୱାରା ସେମାନଙ୍କୁ ମଳ ସମ୍ବନ୍ଧୀୟ ରୋଗ ମଧ୍ୟ ହୋଇପାରେ । ଯଦି ଆମେ ସରଳ ଭାଷାରେ କହିବା, ତେବେ ଆପଣଙ୍କୁ ଷ୍ଟୁଲ ପାସ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

-ଏହା ବ୍ୟତୀତ ଫୋନକୁ ଶୌଚାଳୟକୁ ନେବା ଦ୍ୱାରା ଅନେକ ପ୍ରକାରର ଭୁତାଣୁ ଆପଣଙ୍କ ଶରୀରକୁ ମୋବଇଲ ଫୋନ ଦେଇ ଯାଇପାରେ । ତେଣୁ ଆଜିଠାରୁ ଏହି ବଦଭ୍ୟାସ ଛାଡ଼ନ୍ତୁ ।

Get real time updates directly on you device, subscribe now.