fbpx

ତାଲିବାନ୍ ହାତରେ ଧରାପଡ଼ିଲେ ମହିଳା ରାଜ୍ୟପାଳ ସଲିମା ମଜାରୀ, ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କରିଥିଲେ ଲଢ଼େଇ

କାବୁଲ: ଆଫଗାନିସ୍ତାନଗୁ କବଜା କରିବା ପରେ ଏକଛତ୍ରବାଦ ସରକାର ଗଠନ କରିବାକୁ ଚେଷ୍ଟା କରୁଛି ତାଲିବାନ୍ । ସେ ନିଜର ପ୍ରକୃତ ରୂପ ମଧ୍ୟ ଦେଖାଇବା ଆରମ୍ଭ କରିଛି । ରିପୋର୍ଟ ଅନୁସାରେ, ତାଲିବାନ ଦ୍ୱାରା ସଲିମା ମଜାରୀ ଧରାପଡିଛନ୍ତି । ସଲିମା ହେଉଛନ୍ତି ଆଫଗାନିସ୍ତାନର ପ୍ରଥମ ମହିଳା ରାଜ୍ୟପାଳ, ଯେକି ଗତ କିଛି ସମୟରେ ତାଲିବାନ୍ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ।

ତେବେ ସଲିମା ତାଲିବାନଙ୍କ ବିରୋଧରେ ଲଢେଇରେ ଅସ୍ତ୍ରଶସ୍ତ୍ର ଉଠାଇବାକୁ ବି ନିଷ୍ପତ୍ତି ନେଇଥିଲେ । ଶେଷ ସମୟ ପର୍ଯ୍ୟନ୍ତ ସେ ତାଲିବାନଙ୍କ ବିରୋଧରେ ଲଢ଼େଇ ଜାରି ରଖିଥିଲେ । ଯେତେବେଳେ ଆଫଗାନିସ୍ତାନର ଅନ୍ୟ ନେତାମାନେ ଦେଶ ଛାଡି ପଳାଉଥିଲେ, ସେବେ ସଲିମା ଏକା ହିଁ ନିଜ ସମର୍ଥକଙ୍କ ସହିତ ତାଲିବାନ୍ ବିରୋଧରେ ଠିଆ ହୋଇଥିଲେ । ଆଫଗାନିସ୍ତାନର ବଲ୍ଖ ଅଞ୍ଚଳ ଯେବେ ତାଲିବାନଙ୍କ କବଜାକୁ ଆସିଥିଲା, ସେବେ ସଲିମା ତାଲିବାନଙ୍କ କବଜାକୁ ଆସିଥିଲେ ।

ଆଫଗାନିସ୍ତାନରେ ମୋଟ ୩ ମହିଳା ରାଜ୍ୟପାଳଙ୍କ ମଧ୍ୟରେ ସଲିମା ପ୍ରଥମ ଥିଲେ । ତାଙ୍କର ଚାହର ଅଞ୍ଚଳରେ ୩୨ ହଜାରରୁ ଅଧିକ ଜନସଂଖ୍ୟା ଥିବା ବେଳେ ସେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତାଲିବାନକୁ ନିଜ ଅଞ୍ଚଳ ଦଖଲ କରିବାକୁ ଦେଇନଥିଲେ । ତାଲିବାନ୍ ଏହାକୁ କବଜା କରିବାକୁ ଅନେକ ଉଦ୍ୟମ କରିଥିଲା ।

Get real time updates directly on you device, subscribe now.