fbpx

ପାକ୍ ହାତର ଖେଳନା ବନିଗଲା ତାଲିବାନ, ଏବେ ଭାରତକୁ ଦେଉଛି ଉପଦେଶ…

ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେବା ପରେ ତାଲିବାନ ଏବେ ନିଜର ଅସଲ ରଙ୍ଗ ଦେଖାଇବା ଆରମ୍ଭ କରିଦେଇଛି । ଏପରିକି ପାକିସ୍ତାନ ହାତର ଖେଳନା ବନି ଯାଇଥିବା ତାଲିବାନ ସମ୍ପ୍ରତି ଭାରତକୁ ଉପଦେଶ ଦେବା ଆରମ୍ଭ କରିଦେଇଛି । ତାଲିବାନୀ ମୁଖପାତ୍ର ସୁହୈଲ୍ ଶାହୀନ ଭାରତ ସମ୍ପର୍କରେ କହିଛନ୍ତି ଯେ ତାଲିବାନ କୌଣସି ଦେଶକୁ ଆଫଗାନିସ୍ତାନ ଜମିର ଉପଯୋଗ କରିବାକୁ ଅନୁମତି ଦେବ ନାହିଁ । ଏଥିସହ ଭାରତକୁ ଇଙ୍ଗିତ କରି ତାଲିବାନ ମୁଖପାତ୍ର ଆହୁରି ଅନେକ ଟିପ୍ପଣୀ ଦେଇଛନ୍ତି । ଏଥିରୁ ସ୍ପଷ୍ଟ ଯେ ତାଲିବାନ କେବଳ ପାକ୍ କଥାରେ ଏମିତି କହୁଛି ।

ସେପଟେ ପାକ୍ ମିଥ୍ୟା ଅଭିଯୋଗ ଉଠାଉଛି ଯେ ଆଫଗାନିସ୍ତାନକୁ ଉପଯୋଗ କରି ଭାରତ ଉପଦ୍ରବ କରୁଛି । ଚୀନ ପ୍ରସଙ୍ଗରେ ମଧ୍ୟ ପାକିସ୍ତାନ ଉଭୟ ଭାରତ ଓ ଆଫଗାନିସ୍ତାନକୁ ଦୋଷ ଲଦିଥିଲା । ତେବେ ସେ ଯାହାହେଉ, ପାକିସ୍ତାନ କଥାରେ ହିଁ ତାଲିବାନ ଏଭଳି ମତ ଦେଉଥିବା ସ୍ପଷ୍ଟ ହୋଇଛି । ପାକ୍ ଚାନେଲ୍ ‘ହମ୍ ନ୍ୟୁଜ୍’କୁ ଦେଇଥିବା ସାକ୍ଷାତକାରରେ ତାଲିବାନ ମୁଖପାତ୍ର ଭାତର ବିଷୟରେ ଆହୁରି କହିଛନ୍ତି ଯେ- ଆମେ କହିସାରିଛୁ ଯେ କୌଣସି ବି ଦେଶକୁ ଆଫଗାନିସ୍ତାନ ଜମିରେ ଅନ୍ୟ ବିରୋଧରେ ଉପଯୋଗ ପାଇଁ ସୁଯୋଗ ଦେବୁ ନାହିଁ, ଏହା ସ୍ପଷ୍ଟ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଫଗାନିସ୍ତାନ ସହ ଭାରତ ଅନେକ ପ୍ରୋଜେକ୍ଟ କରିଥିଲା । କିନ୍ତୁ ତାଲିବାନକୁ ସମର୍ଥନ ଦେଇନାହିଁ ଭାରତ । ଏପରିକି ମଙ୍ଗଳବାର ଭାରତ ସରକାର କାବୁଲରୁ ନିଜ ରାଷ୍ଟ୍ରଦୂତଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଫେରାଇ ଆଣିବା ଲାଗି ଘୋଷଣା କରିସାରିଛି ।

Get real time updates directly on you device, subscribe now.